Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

‘ହଷ୍ଟେଲ ଛାଡିବାକୁ ବାଧ୍ୟ କଲେ ଫିନାଇଲ୍ ପିଇଦେବୁ’, ଜିଦ୍‌ରେ ଅଟଳ SCB ନର୍ସିଂ କଲେଜ ଛାତ୍ରଛାତ୍ରୀ

10/04/2021 at 2:41 PM

କଟକ ୧୦।୪: ଏସସିବି କଲେଜ ଅଫ୍ ନର୍ସିଂରେ ଦେଖାଦେଇଛି ଛାତ୍ର ଅସନ୍ତୋଷ । କରୋନା ସଂକ୍ରମଣ ବଢିଥିବାରୁ ଶନିବାର ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଭାରପ୍ରାପ୍ତ ପ୍ରିନ୍ସିପାଲ ନୋଟିସ ଜାରି କରିବା ପରେ ଦେଖାଦେଇଛି ଛାତ୍ର ଅସନ୍ତୋଷ । ତେବେ ହଷ୍ଟେଲ ନ ଛାଡିବା ଜିଦରେ ଅଟଳ ରହିଛନ୍ତି ଛାତ୍ରଛତ୍ରୀ । ଯଦି ହଷ୍ଟେଲ ଖାଲି କରିବାକୁ ବାଧ୍ୟ କରାଯାଏ ତେବେ ଫିନାଇଲ ପିଇ ଆତ୍ମହତ୍ୟା ଧମକ ଦେଇଛନ୍ତି ନର୍ସିଂ କଲେଜର ଛାତ୍ରୀ ।

କରୋନା ସଂକ୍ରମଣ ବଢୁଥିବା କଲେଜ ବନ୍ଦ କରିବା ସହ ଶନିବାର ୫ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନୋଟିସ ଜାରି କରିବା ପରେ ତାତିଛନ୍ତି ଛାତ୍ରଛାତ୍ରୀ । କଲେଜ ବନ୍ଦ ରହିଲେ ସୁଦ୍ଧା ହଷ୍ଟେଲରେ ରହି ଛାତ୍ରୀମାନେ ଅନଲାଇନ କ୍ଲାସ୍ କରିବାକୁ ଦାବି କରିଛନ୍ତି । ତେବେ ନର୍ସିଂ କଲେଜର ପ୍ରିନ୍ସିପାଲ ଛୁଟିରେ ଥାଇ କିଭଳି ଏ ନୋଟିସ ଜାରି କରିଛନ୍ତି ସେ ନେଇ ଏବେ ଉଠାଇଛନ୍ତି ପ୍ରଶ୍ନ । ଏଭଳି ନିଷ୍ପତ୍ତି ଯଦି କଲେଜ କର୍ତ୍ତୃପକ୍ଷ ନ ବଦଳାନ୍ତି ତେବେ ଫିନାଇଲ ପିଇ ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି ଛାତ୍ରୀ ।

ଏସସିବି ନର୍ସିଂ କଲେଜର ପ୍ରିନ୍ସିପାଲ ଦାୟିତ୍ବରେ ଥିବା ବିଜୟଲକ୍ଷ୍ମୀ ଦାସଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ହେବ ଆନ୍ଦୋଳନ ଚଳାଇ ଆସୁଛନ୍ତି । ତେବେ ପ୍ରିନ୍ସିପାଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଥିବା ମେଡିକାଲ ସୁପରିଟେଣ୍ଡଣ୍ଟ କହିଥିଲେ ହେଲେ ପରବର୍ତ୍ତୀ ସମୟରେରେ ଶନିବାର ସେହି ପ୍ରିନ୍ସିପାଲ ନୋଟିସ ଲଗାଇଛନ୍ତି । ତେବେ ଛାତ୍ର ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କୋଭିଡ୍ ଆଳରେ ଏଭଳି ନୋଟିସକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଆନ୍ଦୋଳନରୁ ଓହରିବା ସହ ହଷ୍ଟେଲରେ କହିବାକୁ ମଙ୍ଗଳାବାଗ ଥାନା ଅଧିକାରୀ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି ଛାତ୍ରଛାତ୍ରୀ ।

   Related Posts