ଏସସିବିର ହେବ ନବକଳେବର : ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା, ମିଳିବ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା
31/12/2020 at 6:20 PM

କଟକ, ୩୧।୧୨: ବିଶ୍ୱସ୍ତରୀୟ ହସ୍ପିଟାଲ ହେବ ଏସସିବି ହସ୍ପିଟାଲ । ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା । ୫ଟି ଅଧିନରେ ଏହା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ସୂଚନା ଅନୁସାରେ,କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ଓ ହସ୍ପିଟାଲ ବିଶ୍ୱସ୍ତରୀୟ ହେବ । ଏହାକୁ ନବକଳେବର କରାଯିବ । ଏଥିପାଇଁ ମୋଟ୍ ୩୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାସହ ଏଥିରେ ଏମ୍ସ ପ୍ଲସ୍ ଓ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ମିଳିବ ।
ଏତତ୍ ବ୍ୟତୀତ ହସ୍ପିଟାଲରେ ୫୦୦୦ ଶଯ୍ୟା ସହ ଆଧୁନିକ ଚିକିତ୍ସା ସୁବିଧା ରହିବ । ମୋଟ୍ ୧୭୫ ଏକର ଜମିରେ ଏହି ପ୍ରକଳ୍ପର ନିର୍ମାଣ ହେବ । ଆହୁରି ମଧ୍ୟ ୫ଟି ଅଧିନରେ ଏହା କାର୍ଯ୍ୟକାରୀ ହେବ ବୋଲି ସରକାର କହିଛନ୍ତି ।
Related Posts
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆରିଥ୍ମିଆ ଚିକିତ୍ସାର ସୁବିଧା ଉପଲବ୍ଧ
19 January 2021
ଗିରଫ ହେଲେ ୨ ଲୁଟେରା, ଏକା ଦେଖି ଲୁଟୁଥିଲେ ଟଙ୍କା ଓ ମୋବାଇଲ୍
19 January 2021