ଏସସିବି ଅଧ୍ୟକ୍ଷଙ୍କ ପିତୃ ବିୟୋଗ

Published By : Prameya-News7 Bureau | September 15, 2020 IST

ଭୁବନେଶ୍ୱର, ୧୫|୯ :  ଶ୍ରୀ ରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ(ଏସସିବି)ର ଅଧ୍ୟକ୍ଷ ତଥା ୟୁରୋଲୋଜୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପିତୃ ବିୟୋଗ । ତାଙ୍କ ପିତା  ଚିତରଂଜନ ହୋତାଙ୍କର ମଙ୍ଗଳବାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା ।

ସେ କିଛିଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମଙ୍ଗଳବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି । ସେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିଲେ । ୧୯୮୬ ମସିହାରେ ଉପସଚିବ ଭାବେ ଅବସର ଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ତିନି ପୁଅ ଡାକ୍ତର ହୋତାଙ୍କ ସହ ବଡ ପୁଅ ଗୋଧନେଶ୍ୱର ହୋତା ଓ ସାନ ପୁଅ ରାଜେଶ୍ୱର ହୋତା ଉପସ୍ଥିତ ଥିଲେ ।

ସ୍ୱର୍ଗତଃ ଚିତରଂଜନ ହୋତା ସୋନପୁର ଜିଲ୍ଲାର ତେଲଣ୍ଡା ଗ୍ରାମରେ ୧୯୨୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ପୁରୁଣା ଭୁବନେଶ୍ୱରସ୍ଥିତ ଗରାବଡୁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି । ବଡପୁଅ ଗୋଧନେଶ୍ୱର ହୋତା ମୁଖାଗ୍ନି ଦେଇଥିଲେ । ଏହି ଘଟଣା ଶୁଣିବା ପରେ ତାଙ୍କ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଓ ଆତ୍ମୀୟସ୍ୱଜନ ଶୋକ ପ୍ରକାଶ କରିଛନ୍ତି । ରାଜ୍ୟବ୍ୟାପୀ ବୁଲି ବୁଲି ଦୁର୍ଗମ ଅଚଂଳରେ ରାଜ୍ୟର ବଛା ବଛା ଡାକ୍ତର ଓ ବିଶେଷଜ୍ଞଙ୍କୁ  ନେଇ ଚିକିତ୍ସା ସୁବିଧା ଯୋଗାଇ ଥିବା ‘ଚିତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ’ର ସ୍ୱର୍ଗତଃ ହୋତା ଅଧ୍ୟକ୍ଷ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.