Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଏସସିବି କୋଭିଡ୍ ହସ୍ପିଟାଲରେ କେବଳ ଅବ୍ୟବସ୍ଥା : ୨୭ ଦିନ ହେଲାଣି ନିଖୋଜ ଗନ୍ଧର୍ବଙ୍କ ପତ୍ତା ମିଳୁନି, ଏତଲା ରଖି ଚୁପଚାପ୍ ବସିଛନ୍ତି ୨ ଥାନାର ଅଫିସର

17/06/2021 at 2:32 PM

କଟକ,୧୭/୦୬: ଗତ କିଛି ଦିନ ହେଲା ଏସ୍‌ସିବିରୁ କରୋନା ଆକ୍ରାନ୍ତ ନିଖୋଜ ହୋଇଯିବା ଭଳି ଅଭିଯୋଗ ବଢିଚାଲିଛି । ଏନେଇ ବାରମ୍ବାର ବିବାଦୀୟ ସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସୁନାହିଁ । ଏହାର ସଦ୍ୟତମ ଉଦାହରଣ ଭାବେ କରୋନାରେ ଆକ୍ରାନ୍ତ ହୋଇ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ୭୧ ବର୍ଷୀୟ ଗନ୍ଧର୍ବ ଜେନାଙ୍କ ପତ୍ତା ମିଳୁନାହିଁ । ଗନ୍ଧର୍ବଙ୍କୁ କଟକ ଏସ୍‌ସିବି ପଠାଯାଇଥିବା କଥା ପାରାଦୀପ ପ୍ରଶାସନ କହୁଥିବା ବେଳେ ତାଙ୍କ ଘର ଲୋକ କିନ୍ତୁ ପତ୍ତା ପାଉନାହାନ୍ତି । ୨୭ ଦିନ ହେଲାଣି ସମ୍ପର୍କୀୟମାନେ ବାରମ୍ୱାର ଏସ୍‌ସିବି ସମେତ କଟକର ଗଳିକନ୍ଦି ଖୋଜି ନିରାଶ । ଏସ୍‌ସିବିର ମୃତକଙ୍କ ତାଲିକାରେ ମଧ୍ୟ ତାଙ୍କ ନାଁ ନାହିଁ । ଏଣେ କୁଜଙ୍ଗ ଓ କଟକ ମଙ୍ଗଳାବାଗ ଥାନାରେ ଦୁଇ ଦୁଇଟି ଏତଲା ସତ୍ତେ୍ୱ କିଛି ଖୋଜଖବର ମିଳୁନି ଗନ୍ଧର୍ବଙ୍କର ।

ମିଳିଥିବା ସୂଚନା ମୁତାବକ, ପାରାଦୀପ କୁଜଙ୍ଗ ପଙ୍କପାଳ ଗ୍ରାମର ୭୧ବର୍ଷୀୟ ଗନ୍ଧର୍ବ ଜେନା ମେ’ ମାସ ୧୪ତାରିଖ ଦିନ କରୋନା ପଜିଟିଭ୍‌ ହୋଇଥଲେ । ଦେହ ଅଧିକ ବିଗିଡ଼ିଯିବାରୁ ତାଙ୍କୁ ୧୮ତାରିଖରେ ପାରାଦୀପ କୋଭିଡ୍‌ ସେଣ୍ଟରକୁ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ନଆସିବାରୁ ୨୧ତାରିଖରେ ପରିବାର ସହ ଯୋଗାଯୋଗ କରି ତାଙ୍କୁ କଟକ ଏସ୍‌ସିବି ମେଡିକାଲ୍‌କୁ ନିଆଯାଇଥିଲା । ପରିବାର ଲୋକଙ୍କୁ ପାରାଦୀପ କଣ୍ଟ୍ରୋଲ୍‌ ରୁମ୍‌ରୁ ଫୋନ୍‌ କରାଯାଇଥିଲା କି, ‘ଆକ୍ରାନ୍ତଙ୍କ ସମ୍ପର୍କୀୟ କେହି ଜଣେ ଆଗୁଆ ଏସ୍‌ସିବି ଯାଇ ସେଠାରେ ପଞ୍ଜିକରଣ କରିଦିଅନ୍ତୁ, ଆମେ ଆମ୍ୱୁଲାନ୍ସରେ ପଠାଉଛୁ’ । ଏହା ଶୁଣି ଗନ୍ଧର୍ବଙ୍କ ସମ୍ପର୍କୀୟ ଏସ୍‌ସିବି ଆସି ସମ୍ପୃକ୍ତ ଫୋନ୍‌ ନମ୍ୱରରେ କଲ୍‌ ବ୍ୟାକ୍‌ କରିଥିଲେ । କିନ୍ତୁ ମୋବାଇଲ୍‌ ସୁଇଚ୍‌ଡ ଅଫ୍‌ ଆସିଲା । ରାତି ଯାକ ମେଡିକାଲ୍‌ ଗେଟ୍‌ ପାଖରେ ଛିଡା ହୋଇ ସକାଳୁ ସେମାନେ ପାରାଦୀପ ଫେରିଗଲେ । ପରେ ବାତ୍ୟା ଯୋଗୁଁ ଦୁଇଦିନ ପାଣି ଘେରରେ ରହିବା ଏବଂ ନେଟ୍‌ୱର୍କ ସମସ୍ୟା ହେବାରୁ କୌଣସି ଯୋଗାଯୋଗ ସମ୍ଭବ ହୋଇନଥିଲା ।
୨୩ ତାରିଖ ଦିନ ଗନ୍ଧର୍ବଙ୍କୁ ଖୋଜିବାକୁ ଯାଇ ପରିବାର ଲୋକେ ପାରାଦୀପ କୋଭିଡ୍‌ ସେଣ୍ଟର ଯାଇ ପଚରାଉଚରା କରିଥିଲେ । କିନ୍ତୁ ସେମାନେ ଗନ୍ଧର୍ବଙ୍କୁ ୨୧ତାରିଖ ରାତିରେ ଏସ୍‌ସିବି ପଠାଇଦେଇଥିବା କହିଥିଲେ ।

ସମ୍ପର୍କୀୟମାନେ ଏସ୍‌ସିବି ସମେତ ସିଏମ୍‌ସି ଓ କଟକ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିଥିଲେ ମଧ୍ୟ ଗନ୍ଧର୍ବଙ୍କ ସଂପର୍କରେ କିଛି ସୂଚନା ମିଳିନଥିଲା । ଏନେଇ ଗନ୍ଧର୍ବଙ୍କ ଝିଅ ଝିଲ୍ଲୀ ଜେନା କୁଜଙ୍ଗ ଥାନା ଓ କଟକ ମଙ୍ଗଳାବାଗ୍‌ ଥାନରେ ପୃଥକ ପୃଥକ ଏତଲା ଦେଇଥିଲେ ମଧ୍ୟ କିଛି ବି ସୂଚନା ମିଳୁନାହିଁ । ଦୁଇଦିନ ତଳେ ମାଲଗୋଦାମ ଥାନା ସାମ୍ନାରେ କରୋନା ଆକ୍ରାନ୍ତ ଜଣେ ବୃଦ୍ଧ ବସିଥିବା କଥା ‘ପ୍ରମେୟ’ରେ ପ୍ରକାଶ ପାଇଥିଲା । ଏ ସୂଚନା ପାଇ ତାଙ୍କ ପରିବାର ଲୋକେ ଥାନାକୁ ଆସି ଯାଞ୍ଚ୍‌ କରିଥିଲେ ମଧ୍ୟ ସଂପୃକ୍ତ ବୃଦ୍ଧଜଣକ ଗନ୍ଧର୍ବ ନୁହନ୍ତି ବୋଲି ସ୍ପଷ୍ଟ ହୋଇଛି । ଏଭଳି ଭାବେ ଜଣେ ବୃଦ୍ଧ ନିଖୋଜ ରହିବା ଘଟଣା କୋଭିଡ୍‌ ପରିଚାଳନା ଅବ୍ୟବସ୍ଥାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts