ହାଇଦର ଫେରାର୍ ଘଟଣା: SCB ଅଧିକାରୀଙ୍କ ପାଖରେ ନାହିଁ ତଥ୍ୟ

Published By : Prameya-News7 Bureau | April 11, 2021 IST

କଟକ ୧୧/୪: କଟକ ଏସସିବିରୁ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣାରେ ଆରମ୍ଭ ହୋଇଛି ତନାଘନା । ତେବେ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଏସସିବି ଜରୁରୀ କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।

ସେ କହିଛନ୍ତି ବୁର୍ଲାରୁ ଆସି ଗତ ୨୩ ତାରିଖରୁ ଏସସିବିରେ ଚିକିତ୍ସାଧିନ ଥିଲା ହାଇଦର । ତେବେ ସେ କେଉଁ ରୋଗରେ ଚିକିତ୍ସିତ ହେଉଥିଲା ତାହା ଏସସିବି କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ତଥ୍ୟ ନାହିଁ । ଏହାସହ କେଉଁ ପରିସ୍ଥିତିରେ ହାଇଦର କ୍ୟାବିନକୁ ଗଲା ତାର ତଦନ୍ତ ପରେ ଜଣାପଡିବ । ପ୍ରୋଟକଲ ଅନୁସାରେ କ୍ୟାବିନ ଆବେଦନ ହୋଇଥିଲା ନା ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଜରୁରୀକାଳୀନ ଅଧିକାରୀ । ସେପଟେ ଗ୍ୟାଙ୍ଗଷ୍ଟରକୁ ଧରିବାକୁ ଆରମ୍ଭ ହୋଇଛି ଧରପଗଡ । କଟକର ସମସ୍ତ ସୀମାକୁ ସିଲ୍ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.