ସରକାରୀ ଯୋଜନା ନାଁରେ କୋଟି କୋଟି ଟଙ୍କା ଠକେଇ: ଚା' ଦୋକାନରେ ରଚାଯାଇଥିଲା ଷଡଯନ୍ତ୍ର

Published By : Prameya-News7 Bureau | September 19, 2020 IST

ଇନ୍ଦୋର ୧୯/୦୯ : ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଯୋଜନାରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଏକ ଚା' ଦୋକାନରେ ଏଥିପାଇଁ ଷଡଯନ୍ତ୍ର ରଚାଯାଉଥିଲା । ଏଥିରେ ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ଅଶିକ୍ଷିତ, ବେକାର, ଅଭାବୀଙ୍କ ନାଁରେ ପାଖାପାଖି ୫ କୋଟି ଟଙ୍କା ଋଣ କରି ଏମାନେ ପରସ୍ପର ମଧ୍ୟରେ ବାଣ୍ଟି ନେଇଥିଲେ । ସାଇବର ସେଲ ପୋଲିସର ପୋଲିସ ଅଧିକ୍ଷକ ଜିତେନ୍ଦ୍ର ସିଂହ ଟିଫିନ ସେଣ୍ଟରର ସଞ୍ଚାଳକ ଶୈଳେନ୍ଦ୍ର ବର୍ମାଙ୍କ ଅଭିଯୋଗକ୍ରମେ ଠକେଇ ମାମଲାର ତଦନ୍ତ କରୁଥିଲେ । 

ଶୈଳେନ୍ଦ୍ର ବର୍ମାଙ୍କ ନାଁରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରୁ କେହି ଜଣେ ଋଣ କରିଥିଲେ । ତଦନ୍ତରେ ମହେଶ ଦୁବେ, ସୋନୁ ପୱାର, ବ୍ୟାଙ୍କର ସହାୟକ ପ୍ରବନ୍ଧକ ଅରୁଣ ଜୈନ, ବିଶାଳ ଡଙ୍ଗି ଏବଂ ଅନଲାଇନ ସେଣ୍ଟର ସଞ୍ଚାଳକ ଦୀପକ ପୱାର ସାମିଲ ଥିବା ଜଣାପଡିଥିଲା । ଅଭିଯୁକ୍ତମାନେ ଜାଲି କାଗଜପତ୍ର ଦ୍ୱାରା ଶୈଳେନ୍ଦ୍ର ନାଁରେ ୭ ଲକ୍ଷ ଟଙ୍କା ଋଣ ସ୍ୱୀକୃତି କରାଇଥିଲେ । ପୋଲିସ ସମସ୍ତଙ୍କୁ ଗିରଫ କରି ଜେଲକୁ ପଠାଇଛି ।

ଏହି ମାମଲାରେ ୟୁନିୟନ ବ୍ୟାଙ୍କ ଅଧିକାରୀ ରାମ ପ୍ରକାଶ ବାଜପେୟୀ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆକୁ ରେକର୍ଡ ମାଗିବାରୁ ବ୍ୟାଙ୍କ କହିଥିଲା ଯେ ଋଣ ଶୈଳେନ୍ଦ୍ର ଚିଲଡ଼ ୱାଟର ନାଁରେ ସ୍ୱୀକୃତ ହୋଇଛି । କିନ୍ତୁ ଯାଞ୍ଚ ଟିମ ଯେତେବେଳେ ସେଠାରେ ପହଞ୍ଚିଥିଲା ସେଠାରେ କୌଣସି ୱାଟର ପ୍ଲାଣ୍ଟ ନଥିଲା । ଅବତାର ସ୍ପେୟାର ସେଣ୍ଟର ମ୍ୟାଟେରିଆଲ ସପ୍ଲାଏ କରିଥିବା ଏଥିରେ ଦର୍ଶାଯାଇଥିଲା । ତଦନ୍ତ ପରେ ଜଣାପଡିଥିଲା ଯେ କମ୍ପାନୀ ସଞ୍ଚାଳକ ବିଶାଳ ଡଙ୍ଗି ଏ ସମ୍ବନ୍ଧରେ କିଛି ଜାଣିନାହାନ୍ତି । କିନ୍ତୁ ତାଙ୍କର ଇନ୍ଦୋର ପ୍ରିମିୟମ କୋଅପରେଟିଭ ବ୍ୟାଙ୍କରୁ ୬୩ ଲକ୍ଷ ତାଙ୍କ ଲେଣଦେଣ କରିଥିବା ଜଣାପଡିଥିଲା । ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଯୋଜନାରେ ଏହି ଋଣ କରାଯାଇଥିଲା ।

ମାମଲାର ଶୁଣାଣି କରୁଥିବା ଉଚ୍ଚ ନ୍ୟାୟାଳୟ ନ୍ୟାୟାଧୀଶ କହିଥିଲେ ଯେ ଏହା ଜନହିତ ମାମଲା । ମାମଲାର ସଠିକ ତଦନ୍ତ କରିବାକୁ ସେ ପୋଲିସ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ଯାଞ୍ଚରେ ଜଣାପଡିଥିଲା ବିଶାଳଙ୍କ ଖାତାରୁ ସୋନୁ ଓ ପିଣ୍ଟୁ ଖାତାକୁ ଟଙ୍କା ଟ୍ରାନ୍ସଫର ହୋଇଛି । ସ୍କିମ-୫୪ ଓ ସ୍କିମ-୭୮ ରୁ ଟଙ୍କା ସ୍ୱୀକୃତ ହୋଇଥିଲା । ଅଭିଯୁକ୍ତମାନେ କହିଥିଲେ ଯେ, ସ୍କିମ-୭୧ ଷଡଯନ୍ତ୍ର ଚା' ଦୋକାନରେ ହୋଇଥିଲା । ଋଣ ପାଇଁ ଅନଲାଇନ ଫର୍ମ ଦୀପକ ପୱାର ଘରୁ ସବିମିଟ କରାଯାଉଥିଲା । ଏହି ଠକେଇରେ ବ୍ୟାଙ୍କ ଅଧିକାରୀଙ୍କ ସହ ଶହେ ଜଣ ସାମିଲ ଥିବା ସାଇବର ସେଲ ସନ୍ଦେହ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.