Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁହାଁମୁହିଁ ହେଲେ ୨ କାର୍, ସାମ୍ବାଦିକଙ୍କ ସମେତ ୩ ଗୁରୁତର
  • ||
  • ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ : ବଢିଲା ନ୍ୟୁଜିଲାଣ୍ଡର ଚିନ୍ତା, ବିସିସିଆଇ ପୋଷ୍ଟ୍ କଲା ଭିଡିଓ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୪୩୩୯ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୩୪୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ମୋହନା ବାପା-ପୁଅ ହତ୍ୟା ଘଟଣା : ୧୨ ଅଟକ, ଗୁଣି ଗାରେଡି ସନ୍ଦେହରୁ ଡବଲ୍ ମର୍ଡର୍ !
  • ||
  • ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ୧୬ ଯାଏଁ ପାଗ ମେଘୁଆ, ହେବ ବିକ୍ଷିପ୍ତ ବର୍ଷା
  • ||

ରେଙ୍ଗାଲି ସମବାୟ ସମିତିରେ ମହା ଦୁର୍ନୀତି ଅଭିଯୋଗ ; ସନ୍ଦେହ ଘେରରେ ଉଚ୍ଚ ପଦାଧିକାରୀ

22/06/2018 at 1:47 PM

ସମ୍ବଲପୁର ରେଙ୍ଗାଲି ସମବାୟ ସମିତିରେ ହୋଇଥିବା ମହାଦୁର୍ନିତୀର ମହାଖଳନାୟକ, ସମିତିର ନିଲମ୍ବିତ ସହ ସଂପାଦକ ଓ ସଂପାଦକ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିସାରିଛନ୍ତି। କିନ୍ତୁ, ଏ ପର୍ଯ୍ୟନ୍ତ ସହ-ସଂପାଦକ ଓ ସଂପାଦକଙ୍କୁ ଗିରଫ ନକରିବା ପଛରେ, ଜିଲ୍ଲାପ୍ରଶାସନର କଣ କାରଣ ରହିଛି ତାହା ଜଣାପଡୁନି। ଚାଷୀମାନଙ୍କ ଲିଖିତ ଅଭିଯୋଗ ଓ ନ୍ୟୁଜ୍ ସେଭେନ୍ରେ ବାରମ୍ବାର ଏ ସଂପର୍କରେ ଖବର ପ୍ରଶାସନ କରାଯାଇଥିଲା। ଯେଉଁଥିରେ ସମବାୟ ସମିତିରେ ୨ହଜାରରୁ ଅଧିକ ଚାଷୀଙ୍କ ପାସ୍ବୁକ୍ରେ ଜାଲ୍ ଦସ୍ତଖତ କରି, ୫୦କୋଟିରୁ ଅଧିକ ଟଙ୍କା ହଡପ୍ କରିଥିବା କଥା ସତ ବୋଲି ଜିଲ୍ଲାପାଳ ସ୍ବୀକାର କରିଛନ୍ତି। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ, ଅତିରିକ୍ତ ଜିଲ୍ଲାପାଳ ଓ ସମବାୟ ସମିତି ସମୂହର ସହକାରୀ ନିର୍ଦ୍ଦେଶକ ମିଳିତ ଭାବରେ, ରେଙ୍ଗାଲି ସମବାୟ ସମିତିରେ ତଦନ୍ତ କରି,ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ତଦନ୍ତ ରିପୋର୍ଟ ପାଇବାର ଏହାମଧ୍ୟରେ ଦେଢମାସ ବିତିଯାଇଥିଲେ ମଧ୍ୟ,ଏ ପର୍ଯ୍ୟନ୍ତ ଦୋଷୀ ସହ-ସଂପାଦକ ରମେଶଚନ୍ଦ୍ର ରାହାଣା ଓ ସଂପାଦକ ଶୁକଦେବ ବିଶ୍ବାଳଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେପଟେ ବର୍ତ୍ତମାନ ସଭାପତି ଥିବା ବ୍ୟକ୍ତିଙ୍କ ବିରୋଧରେ, ଟ୍ରାକ୍ଟର ଋଣ ଡିଫଲଟର୍ ଥିଲେ ମଧ୍ୟ, କେଉଁ ଆଧାରରେ ତାଙ୍କୁ, ସମବାୟ ସମିତିର ସଭାପତି କରାଯାଇଛି, ତାକୁ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ଦୋଷୀ ସହ-ସଂପାଦକ,ସଂପାଦକ, ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଉଥିବାରୁ, ଲୁଟ୍ ଓ ଜାଲିଆତିର ଶିକାର ହୋଇଥିବା ଚାଷୀମାନଙ୍କ ମଧ୍ୟରେ ସନ୍ଦେହ ଓ ଅସନ୍ତୋଷ ବଢିବାରେ ଲାଗିଛି…
୨ହଜାରରୁ ଅଧିକ ନିରୀହ ଚାଷୀମାନଙ୍କ ପାସ୍ବୁକ୍,ଚେକ୍ବୁକ୍ ନିଜ ପାଖରେ ରଖି, ନିଜ ଇଛାମୁତାବକ ଟଙ୍କା ଋଣ ଆକାରରେ ଉଠାଇଚାଲିଥିଲେ ଏହି କରିତ୍କର୍ମା ସହ-ସଂପାଦକ ଓ ସଂପାଦକ। ଏବେ ମାମଲା ପଦାକୁ ଆସିବା ପରେ, କ୍ଷତିଗ୍ରସ୍ତ ଚାଷୀଙ୍କ ଘରକୁ ଘର ଯାଇ, ଧମକଚମକ ଦେବା ସହ, ସେମାନଙ୍କୁ ଜୀବନରେ ମାରିଦେବାର ଧମକ ଦେଉଛନ୍ତି ସହ-ସଂପାଦକ ଓ ସଂପାଦକ। ବର୍ଷବର୍ଷ ଧରି ଏପରି ମହାଦୁର୍ନିତୀ ଚାଲିଥିଲେ ମଧ୍ୟ, କେବେହେଳେ କୌଣସି ସରକାରୀ ଅଧିକାରୀ ଏହି ସେବାସମବାୟ ସମିତିକୁ ଯାଇ ତଦନ୍ତ କରିନଥିଲେ, କି, ଏହି ମହାଦୁର୍ନିତୀର ଗନ୍ଧ ବାରିପାରିନଥିଲେ। ସହ-ସଂପାଦକ,ସମବାୟ ବ୍ୟାଙ୍କ ଓ ସମବାୟ ସହକାରୀ ରେଜିଷ୍ଟ୍ରାରଙ୍କ ମିଲିଭଗତରେଏହି ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଛି। ସେପଟେ ଜିଲ୍ଲାପାଳ କହିଛନ୍ତି ଯେ, ରେଙ୍ଗାଲି ସମବାୟ ସମିତିର ସ୍ପେଷାଲ୍ ଅଡିଟ୍ କରିବାକୁ ସମବାୟ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଏହାସହ, ସମ୍ବଲପୁର ଭିଜିଲାନ୍ସ ଏସ୍ପିଙ୍କୁ ମଧ୍ୟ ଏହି ମାମଲାର ତଦନ୍ତ କରି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଛି….

   Related Posts