ଓଡିଶା ସବୁଜ ପତ୍ରିକା ମହିଳା ମହାସଙ୍ଘ ନାଁରେ ସଂସ୍ଥା ଖୋଲି ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ

Published By : Prameya-News7 Bureau | February 01, 2019 IST

ଯାଜପୁର ୧|୨: ସରକାରୀ ସୁବିଧା ଯୋଗାଇ ଦେବାର ଆଶା ଦେଖାଇ କରାଯାଇଛି ଟଙ୍କା ଆଦାୟ । ଯାଜପୁରରେ ମାତିଛି ଠକ ସଂସ୍ଥା । ତାହା ପୁଣି ଜିଲ୍ଲାପାଳଙ୍କ ସରକାରୀ ବାସଭବନଠାରୁ ମାତ୍ର ୧୦୦ ମିଟର ଦୂରରେ । ଓଡିଶା ସବୁଜ ପତ୍ରିକା ମହିଳା ମହାସଙ୍ଘ ନାଁରେ ସସ୍ଥା ଖୋଲି ଲୋକଙ୍କ ଠାରୁ ଆଦାୟ ହୋଇଛି ଟଙ୍କା । ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୩୦୦୦ ମହିଳାଙ୍କ ଠାରୁ ହୋଇଛି ଚାନ୍ଦା ଆଦାୟ । ହେଲେ ଏହି ଟଙ୍କାରେ କାହାର ପକେଟ୍ ଗରମ ହେଉଛି ଏ ନେଇ ଉଠିଛି ପ୍ରଶ୍ନ ।…

{"id":80758}

ଚାନ୍ଦା ଦିଅ ସୁବିଧା ନିଅ ! ଯାଜପୁର ସହରରେ ଓଡିଶା ସବୁଜ ପତ୍ରିକା ମହିଳା ମହାସଙ୍ଘ ନାଁରେ ଏକ ସଂସ୍ଥା ଖୋଲି  ମହିଳାଙ୍କ ଠାରୁ ଆଦାୟ କରିଛି ଟଙ୍କା । ୨ମାସ ହେବ ଯାଜପୁର ଚେକଗେଟ୍ ନିକଟରେ ଥିବା ଏକ ଭଡାଘରେ ଗଢି ଉଠିଥିଲା ଏହି ସଂସ୍ଥା । ପ୍ରତି ମାସରେ ସରକାରଙ୍କ ଠାରୁ ୧୦୦୦ରୁ ୧୫୦୦ ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ ସଂସ୍ଥା କର୍ମଚାରୀ ।

{"id":80759}

ଖାଲି ସେତିକି ନୁହେଁ ଅନେକ ସୁବିଧା ମିଳିବ ବୋଲି ଆଖି ଝଲସାଇଲା ଭଳି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ବିଭିନ୍ନ ବ୍ଲକରୁ ପ୍ରାୟ ୩୦୦୦ ମହିଳାଙ୍କୁ ଡାକି ସେମାନଙ୍କ ଠାରୁ  ଆବେଦନ ପତ୍ର ଗ୍ରହଣ କରିବା ସହ ୧୫୦ ରୁ ୨୦୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ । ଆଉ ଲକ୍ଷ ଲକ୍ଷ ଟଙ୍କା ନେଇ ଛୁ ମାରିଛନ୍ତି ସଂସ୍ଥା କର୍ମଚାରୀ ।

{"id":80760}

ଜିଲ୍ଲାପାଳଙ୍କ ସରକାରୀ ବାସଭବନଠାରୁ ମାତ୍ର ୧୦୦ ମିଟର ଦୂରରେ ଖୋଲିଥିଲା ଏହି ସଂସ୍ଥା  । ଟାର୍ଗେଟରେ ଥିଲେ ମହିଳା । ଏଠାରେ ନିତିଦିନ ଏକାଠି ହେଉଥିଲେ ଶହ ଶହ ମହିଳା । ଏ ବାବଦରେ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଖବର ପାଇ ଚଢାଉ କରିଥିଲା ପ୍ରଶାସନ । ପ୍ରଲୋଭନ ଦେଖାଇ ଟଙ୍କା ନେବା ପରେ ଚମ୍ପଟ ମାରିଛନ୍ତି ସଂସ୍ଥା କର୍ମଚାରୀ ।ଘଟଣା ପରେ ଟଙ୍କା ପୈଠ କରିଥିବା ମହିଳାମାନେ ନିରାଶ ହୋଇ ଜିଲ୍ଲାପାଳଙ୍କ ବାସଭବନ ଘେରାଉ କରିଥିଲେ ।

{"id":80761}

 ଏଠି ପ୍ରଶ୍ନ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଠାରୁ ମାତ୍ର ୧୦୦ ମିଟର ଦୂରରେ ନିତିଦିନ ମେଳି ବାନ୍ଧୁଥିଲେ ଶହ ଶହ ମହିଳା । ହେଲେ  ଏଥିପ୍ରତି କାହିଁକି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନଥିଲା ? କିଏ ସେ ଠକ ସଂସ୍ଥାର ମାଷ୍ଟରମାଇଣ୍ଡ । ଚାନ୍ଦା ନାଁରେ କାହାର ପକେଟ୍ ହେଉଥିଲା ଗରମ । ଏସବୁ ରହସ୍ୟ ଉପରୁ ପରଦା ହଟାଇବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.