ସ୍କିଲ୍ ଡେଭେଲପମେଣ୍ଟ ଟ୍ରେନିଂ ଆଳରେ ବେକାର ଯୁବକ ଯୁବତୀଙ୍କ ଭାଗ୍ୟ ସହ ଖେଳ: ଲକ୍ଷ ଲକ୍ଷ ଟଙ୍କା ଠକେଇ

Published By : Prameya-News7 Bureau | October 09, 2018 IST

ବାଲିପାଟଣା ୯|୧୦: ବେକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ କରିବା ସହ ସେମାନଙ୍କୁ ରୋଜଗାରକ୍ଷମ ହେବାର ସୁଯୋଗ ସୃଷ୍ଟି ପାଇଁ କେନ୍ଦ୍ର ସରକାରଙ୍କର ଏକ ବୃହତ ଯୋଜନା ସ୍କିଲ୍ ଡେଭେଲପମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ । ହେଲେ ଏଇ ସୁଯୋଗରେ ଜାଲ କାଗଜପତ୍ରରେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ସହ ଅନୁବନ୍ଧିତ ସଂସ୍ଥା ବୋଲି ଦର୍ଶାଇ କଟକ ଜିଲ୍ଲା ଅଡ଼ଶପୁର ଅଂଚଳରୁ ଏକାଧିକ ଶିକ୍ଷାନୁଷ୍ଠାନ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ଜଣେ ଠକ । ଅଭିଯୋଗ ପରେ ଆର.ବି.ଏଜୁକେସନ ଟ୍ରଷ୍ଟ ନାଁରେ ଏହି କଳାକାରନାମା କରୁଥିବା ସଂସ୍ଥାର ମୁଖ୍ୟ ବଳରାମ ବେହେରାକୁ ଏବେ ଖୋଜୁଛି ପୋଲିସ । ….. ସରକାରୀ ଯୋଜନାର ଆଳ । ବେକାର ଯୁବକ ଯୁବତୀଙ୍କ ଭାଗ୍ୟ ସହ ଖେଳ । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ର ସଂଗୀନ୍‌ କାରନାମା । ବେକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ କରିବା ସହ ସେମାନଙ୍କୁ ରୋଜଗାରକ୍ଷମ ହେବାର ସୁଯୋଗ ସୃଷ୍ଟି ପାଇଁ କେନ୍ଦ୍ର ସରକାରଙ୍କର ଏକ ବୃହତ ଯୋଜନା ସ୍କିଲ୍ ଡେଭେଲପମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ । ହେଲେ ଏଇ ଯୋଜନା ପ୍ରତି ବେକାର ଯୁବକଯୁବତୀଙ୍କ ଆଗ୍ରହ ବଢ଼ିବା ଦେଖି  ମାର୍କେଟ୍‌ରେ ଏବେ କିଛି ଠକ ଲୋକଙ୍କୁ ଚୂନ ଲଗାଇବାରେ ବ୍ୟସ୍ତ । ଏମିତି ଗୋଟେ ଅଭିଯୋଗ ଆସିଛି କଟକ ଜିଲ୍ଲା ଅଡ଼ଶପୁର ଅଂଚଳରୁ । ଆର.ବି.ଏଜୁକେସନ ନାଁରେ ଏକ ସଂସ୍ଥା ନିଜକୁ କେନ୍ଦ୍ର ସରକାରଙ୍କ ସ୍କିଲ ଡେଭେଲପମେଣ୍ଟ ପ୍ରୋଗ୍ରାମ ସହ ଅନୁବନ୍ଧିତ ଦର୍ଶାଇ ଏକାଧିକ ଶିକ୍ଷାନୁଷ୍ଠାନ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛି । ଏହି ସଂସ୍ଥାର ମୁଖ୍ୟ ହେଉଛନ୍ତି ଅଡଶପୁର ତଣ୍ଡିକଣା ଗାଁର ଜଣେ ଯୁବକ ବଳରାମ ବେହେରା ।  କେବଳ ଅଡ଼ଶପୁର କାହିଁକି ରାଜ୍ୟର ବିଭିନ୍ନ ଯାଗାରୁ ଯେମିତିକି ଯାଜପୁର, କାକଟପୁର, ଢ଼େଙ୍କାନାଳ ଭଳି ଅଂଚଳରୁ ମଧ୍ୟ ସଂପୃକ୍ତ ସଂସ୍ଥା ଲୋକଙ୍କୁ ଚୁନ ଲଗାଇଛି । ଠକାମୀର ଶିକାର ହେବା ପରେ ଏହି ଶିକ୍ଷାନୁଷ୍ଠାନ ଗୁଡିକ ଏବେ ବଳରାମ ନାଁରେ ଭୁବନେଶ୍ବର ଅର୍ଥନୈତିକ ଅପରାଧ ଶାଖାରେ ଲିଖିତ ଅଭିଯୋଗ କରିଛନ୍ତି ।  ଠକ ବଳରାମ ସେମାନଙ୍କ ସାଙ୍ଗେ କରିଥିବା ମିଥ୍ୟା ଚୁକ୍ତିନାମା, ବାଉଁସ ଚେକ୍ ଏବଂ ବିଭିନ୍ନ ସମୟରେ ଦେଇଥିବା ଇମେଲ୍ ଓ କମ୍ୟୁନିକେସନ ଚିଠି ଆଦି ସେମାନେ ପୋଲିସକୁ ଦେଇଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ବଡ ଧରଣର ଠକେଇ ବୋଲି ଜାଣିବାକୁ ପାଇଛି ପୋଲିସ । ଦକ୍ଷତା ବିକାଶ ତାଲିମ ଆଳରେ ବେକାର ଯୁବକ ଯୁବତୀଙ୍କ ଭବିଷ୍ୟତ ସହ ଖେଳି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଏହି ଠକ ବଳରାମ ବେହେରାକୁ ତୁରନ୍ତ ଗିରଫ ସହ ଏମିତି ଆଉ କେଉଁଠି ଏମିତି ଠକାମୀ ଚାଲିଛି ତା’ର ତଦନ୍ତ ହେବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.