Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗ୍ୟାସ ସରଞ୍ଜାମ ଯୋଗାଣ ଚୟନରେ ଅନିୟମିତତା, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ବିତରକ

2/10/2021 at 3:01 PM

ପାଟଣା ୦୨।୧୦: ଗ୍ୟାସ ସରଞ୍ଜାମ ଯୋଗାଣ ଚୟନରେ ଅନିୟମିତତା ଅଭିଯୋଗ । ଜିଲ୍ଲାପାଳଙ୍କ ନିକଟରେ ସିଡ଼ିପିଓ ବିଜୟଲକ୍ଷ୍ମୀ ମାରାଣ୍ଡିଙ୍କ ନାଁରେ ଅଭିଯୋଗ କଲେ ଗ୍ୟାସ୍‌ ବିତରକ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଥିବା ୧୬୧ଟି ଅଙ୍ଗନଓ୍ୱାଡି କେନ୍ଦ୍ରରେ ଗ୍ୟାସ ସରଞ୍ଜାମ ଯୋଗାଣ ଚୟନରେ ଅନିୟମିତତା ଅଭିଯୋଗ ଆସିଛି ।

ଖବର ଅନୁଯାୟୀ, ବ୍ଲକରେ ୧୬୧ଟି  ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ୭ହଜାର ୧ ଶହ ଟଙ୍କା ଅନୁସାରେ ଗ୍ୟାସ ସରଞ୍ଜାମ ଯୋଗାଇବାକୁ ଜିଲ୍ଲାପାଳ ପାଟଣା ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପାଟଣା ସିଡିପିଓ ବ୍ଲକରେ ଥିବା ୩ଟି ଗ୍ୟାସ- ସୁନାମୁଖୀ ,ସିଦ୍ଧସ୍ୱାମୀ ଓ ଜୟଶ୍ରୀରାମ ଗ୍ୟାସ ଏଜେନ୍ସିଙ୍କୁ  ଚିଠି କରି ଯୋଗାଇବାକୁ ନିର୍ଦ୍ଧେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ପାଟଣାରେ ଥିବା ୧୬୧ଟି ଅଙ୍ଗନବାଡି କେନ୍ଦ୍ରଗୁଡିକୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର କାନନ ଏଚପି ଗ୍ୟାସ ଏଜେନ୍ସି ବିନା କୌଣସି କାଗଜ ପତ୍ରରେ ଗ୍ୟାସ ଯୋଗାଉଥିଲେ ।

ସିଡିପିଓଙ୍କ ବାହାର ଜିଲ୍ଲାର ଏଜେନ୍ସିଙ୍କ ସହ ଭିତିରିଆ ବୁଝାମଣା କରି ଗ୍ୟାସ ଯୋଗାଣରେ ଦୁର୍ନୀତି କରିଥିବା ଅଭିଯୋଗ ଆଣିଛନ୍ତି ଗ୍ୟାସ ବିତରକ । ଏ ସମ୍ପର୍କରେ ପାଟଣା ସିଡିପିଓଙ୍କ ମତାମତ ନେବାରୁ କ୍ୟାମେରା ଦେଖି ଦୌଡ଼ି ପଳାଇକୁ ଚେଷ୍ଟା କରିଥିଲେ । ପରେ ଶୀଘ୍ର ଗ୍ୟାସ ଯୋଗାଇବା ପାଇଁ ନିର୍ଦେଶ ଆସିବାରୁ ଅଙ୍ଗନବାଡି କର୍ମୀଙ୍କୁ ଗ୍ୟାସ କିଣିବା ପାଇଁ ନିର୍ଦ୍ଧେଶ ଦେଇଥିବା କହିଛନ୍ତି। ଅନ୍ୟପଟେ ପାଟଣା ଯୋଗାଣ ନିରୀକ୍ଷକ ବିଦ୍ୟୁତଲତା ନାଏକଙ୍କୁ ପଚାରିବାରୁ , ସେ କହିଥିଲେ କି ଅଭିଯୋଗ ଆସିଛି ଏନେଇ ଯୋଗାଣ ବିଭାଗ ପକ୍ଷରୁ ସ୍କ୍ୱାର୍ଡ ଗଠନ କରାଯାଇଛି । ବାହାର ଜିଲ୍ଲାରୁ ଗ୍ୟାସ ଆସୁଥିଲେ ଚଢ଼ାଉ କରାଯିବ ବୋଲି କହିଛନ୍ତି। ଘଟଣାର ତଦନ୍ତ କରି ସିଡିପିଓ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ୟାସ ବିତରକ।

   Related Posts