Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆକାଶରେ ରାଫେଲ ସହ ପ୍ରଥମ ଥର ନଜର ଆସିଲା ସ୍କାଲ୍ପ କ୍ରୁଜ୍ ମିସାଇଲ୍, ୫୦୦ କିମି ପର୍ଯ୍ୟନ୍ତ ଶତ୍ରୁ ହେବ ଧ୍ଵସ୍ତ

4/10/2021 at 7:20 PM

ନୂଆଦିଲ୍ଲୀ ୦୪।୧୦: ଘାତକ ଲଢୁଆ ବିମାନ ରାଫେଲ ସହ ପ୍ରଥମ ଥର ଆକାଶରେ ଉଡିଲା ସ୍କାଲ୍ପ କ୍ରୁଜ୍ ମିସାଇଲ୍। ଏହାର ଫଟୋ ସେୟାର କରିଛି ଭାରତୀୟ ବାୟୁସେନା। ପ୍ରଥମ ଥର ରାଫେଲକୁ ନିଜର ମହତ୍ଵପୂର୍ଣ୍ଣ ଅସ୍ତ୍ର ଶସ୍ତ୍ର ସହ ଉଡିଥିବା ଦେଖିବାକୁ ମିଳିଛି। ସ୍କାଲ୍ପ କ୍ରୁଜ୍ ମିସାଇଲ ସହିତ ରାଫେଲ ବିମାନ ଆକାଶରେ ୫୦୦ କିଲୋମିଟର ଦୂର  ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରିବ। ଏହାକୁ ‘ଗେମ ଚେଞ୍ଜିଂ’ ମିସାଇଲ୍ ମଧ୍ୟ କୁହାଯାଏ।

ଏହି ମିସାଇଲ୍ ଜରିଆରେ ଶତ୍ରୁର କୌଣସି ବି ବଡ ଏବଂ ଅତି ସୁରକ୍ଷିତ ଠିକଣାକୁ ସହଜରେ ଧ୍ଵଂସ କରାଯାଇ ପାରିବ। ରାଫେଲର ସବୁଠୁ ଖତରନାକ ହତିଆର ହେଉଛି ସ୍କାଲ୍ପ ପିଏଲ-୧୫ ଏମରାମ ମିସାଇଲ। ଏଥିରେ ପଡୋଶୀ ଶତ୍ରୁ ଦେଶର ଅବସ୍ଥା ଖରାପ କରିବାକୁ ପର୍ଯ୍ୟାପ୍ତ। ପାକିସ୍ତାନ ନିକଟରେ ଆମେରିକାଠୁ କ୍ରୟ ଏଫ-୧୬ ଲଢୁଆ ଜେଟ୍ ଥିବା ବେଳେ ଚୀନ ପାଖରେ ରହିଛି ନିଜର ଜେ-୨୦ ଲଢୁଆ ବିମାନ।

ପାକିସ୍ତାନର ଏଫ-୧୬ ଲଢୁଆ ବିମାନ ଭାରତର ରାଫେଲ ଆଗରେ ତିଷ୍ଠି ପାରିବ ନାହିଁ। ମାତ୍ର ଚୀନର ଜେ-୨୦ ଫାଇଟର ଜେଟ୍ ଅନେକ ମାମଲାରେ ରାଫେଲକୁ ଟକ୍କର ଦେଇ ପାରିବ। ମାତ୍ର ଚୀନର ଲଢୁଆ ବିମାନର ଜବାବ ମଧ୍ୟ ଭାରତ ନିକଟରେ ରହିଛି। ରାଫେଲରେ ଏମିତି ହତିଆର ଖଞ୍ଜା ଯାଇଛି ଯାହା ନିମିଷକେ ମାତ୍ର ଶତ୍ରୁକୁ ଚିର ନିଦ୍ରାରେ ଶୁଆଇ ପାରିବ।

ରାଫେଲରେ ତିନି ପ୍ରକାରର ମିସାଇଲ ଖଞ୍ଜା ଯାଇ ପାରିବ। ଏଥିରେ ଆକାଶରୁ ଆକାଶରେ ଆକ୍ରମଣ କରି  ପାରୁଥିବା ମିଟିୟୋର ମିସାଇଲ୍ ସାମିଲ୍। ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ସ୍କାଲ୍ପ ମିସାଇଲ୍। ତୃତୀୟ ହେଉଛି ହାମର ମିସାଇଲ୍। ଏହି ମିସାଇଲ୍ ଲାଗିଲେ ରାଫେଲ ଶତ୍ରୁ ପାଇଁ କାଳ ପାଲଟିବ।

ରାଫେଲରେ ଲାଗିଥିବା ମିଟିୟୋର ମିସାଇଲ ୧୫୦ କିଲୋମିଟର ଏବଂ ସ୍କାଲ୍ପ ମିସାଇଲ୍‌ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଅନ୍ୟପଟେ ହାମର ମିସାଇଲ୍ ସ୍ଵଳ୍ପ ଦୂରଗାମୀ ନିଶାଣକୁ ଧ୍ଵସ୍ତ କରିବାକୁ ବ୍ୟବହାର କରାଯାଇ ପାରିବ। ଏହି ମିସାଇଲ ଆକାଶରୁ ଭୂପୃଷ୍ଠରୁ ନିଶାଣକୁ ଲକ୍ଷ୍ୟଭେଦ  କରିବାରେ ପ୍ରମୁଖ ଭୂମିକା ନିଭାଇ ପାରିବ।

   Related Posts