ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ମିଳିଲା ଜାମିନ

Published By : Prameya-News7 Bureau | December 04, 2019 IST

ନୂଆଦିଲ୍ଲୀ୪/୧୨: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଜାମିନ୍ । ଇଡି ମାମଲାରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଫଳରେ ଚିଦାମ୍ବରମଙ୍କ ଜେଲ୍ ରୁ ମୁକୁଳିବା ବାଟ ଫିଟିଛି । ସୁପ୍ରିମକୋର୍ଟ ଏଥିପାଇଁ କେତେକ ସର୍ତ୍ତ ରଖିଛନ୍ତି । କୋର୍ଟଙ୍କ ବିନା ଅନୁମତିରେ ସେ ବିଦେଶରୁ ଯାଇପାରିବେ ନାହିଁ । ସାକ୍ଷୀଙ୍କ ସହ କୌଣସି ସଂପର୍କ ରଖିବାକୁ ଚେଷ୍ଟା କରିବେ ନାହିଁ ।

୨ ଲକ୍ଷ ଟଙ୍କାର ବେଲ୍ ବଣ୍ଡ୍ ଓ ୨ ଜଣ ଜାମିନଦାର ସମାନ ଅର୍ଥ ଜମା କରିବା ପରେ ଚିଦାମ୍ବରମ୍ ଜେଲ୍‌ରୁ ମୁକୁଳିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଇ.ଏନ୍.ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତାଙ୍କୁ ୧୦୫ ଦିନ ଜେଲ୍‌ରେ କଟାଇବାକୁ ପଡିଛି । ପୂର୍ବରୁ ସିବିଆଇ ମାମଲାରେ ତାଙ୍କୁ ଜାମିନ ମିଳି ସାରିଛି । ଚିଦାମ୍ବରମଙ୍କୁ ୨୧ ଅଗଷ୍ଟରେ ଆଇ.ଏନ୍.ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା । ପରେ ଇଡି ବି ମାମଲା ରୁଜୁ କରିଥିଲା ।୨ଟି ଯାକ ମାମଲାରେ ଜାମିନ ମିଳିଯାଇଥିବାରୁ ଚିଦାମ୍ବରମ ଏବେ ଜେଲରୁ ମୁକୁଳିବାର ବାଟ ସଫା ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.