Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ : ଖାଲି ଜାଗାରେ ନିର୍ମାଣ ହୋଇନଥିଲା ବାବ୍ରୀ ମସଜିଦ

9/11/2019 at 10:35 AM

ନୂଆଦିଲ୍ଲୀ ୯।୧୧: ଅଯୋଧ୍ୟା ମାମଲାରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।

ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ନିର୍ମୋହି ଆଖଡାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ନିର୍ମୋହି ଆଖଡାର ସେବାୟତ ଅଧିକାର ନାହିଁ । ଖାଲି ଜାଗାରେ ନିର୍ମାଣ ହୋଇନଥିଲା ବାବ୍ରି ମସଜିଦ୍ । ରିପୋର୍ଟରେ ମନ୍ଦିର କଥା ଉଲ୍ଲେଖ କରିଛନ୍ତି ଏଏସଆଇ । ଏଏସଆଇ ରିପୋର୍ଟରେ ମସଜିଦ କଥା ଉଲ୍ଲେଖ ନାହିଁ । ଆସ୍ଥା ଓ ବିଶ୍ବାସକୁ ନେଇ କୌଣସି ବିବାଦ ହେବା ଉଚିତ୍ ନୁହେଁ । ଏଏସଆଇ ରିପୋର୍ଟ ଅନୁଯାୟୀ ଦ୍ବାଦଶ ଶତାଦ୍ବୀରେ ମନ୍ଦିର ପ୍ରତିଷ୍ଠା । ରିପୋର୍ଟ ଅନୁସାରେ ଗମ୍ବୁଜ ତଳେ ରହିଛି ମନ୍ଦିର । ଦ୍ବାଦଶ ଓ ଷୋଡଶ ଶତାଦ୍ବୀରେ ଏଠାରେ କଣ ଥିଲା ପ୍ରମାଣ ନାହିଁ । ଜମି ଉପରେ ମୁସଲିମଙ୍କର ବିଶେଷ ଅଧିକାରୀ ନାହିଁ । ଗର୍ଭ ଗୃହରେ ପୂଜା କରୁଥିଲେ ହିନ୍ଦୁ । ୧୮୫୭ ପୂର୍ବରୁ ପୂଜା କରୁଥିଲେ ହିନ୍ଦୁ । ଇଂଗ୍ରେସ ଶାସନ କାଳରେ ନମାଜ ପାଠର ପ୍ରମାଣ ନାହିଁ ।

   Related Posts