ଏବେ ବ୍ୟାଙ୍କ ଖାତା ଏବଂ ସିମ୍ କାର୍ଡ଼ ପାଇଁ ଦରକାର ପଡ଼ିବ ନାହିଁ ଆଧାର କାର୍ଡ଼ : ସରକାର କଲେ ଆଇନ ସଂଶୋଧନ

Published By : Prameya-News7 Bureau | December 18, 2018 IST

ନୂଆଦିଲ୍ଲୀ ୧୮/୧୨:  କ୍ୟାବିନେଟ୍ ସୋମବାର ଶୀତକାଳୀନ ଅଧିବେଶନରେ ମୋବାଇଲ ଫୋନ୍ ଏବଂ ବ୍ୟାଙ୍କ ଆକାଉଣ୍ଟରୁ ଆଧାରକୁ ଲିଙ୍କ୍ କରି ମଞ୍ଜୁରୀ ଦେଇଥିବା ଆଇନକୁ ସଂଶୋଧନ କରିଛନ୍ତି।ଏହି ସଂଶୋଧନକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଟେଲିଗ୍ରାଫ ଆକ୍ଟ ଏବଂ ପ୍ରିଭେନଶନ୍ ଅଫମନି ଲ୍ୟାଣ୍ଡିଙ୍ଗ୍ ଆକ୍ଟରେ ସଂଶୋଧନ ହୋଇଥିବା ଚିଠାକୁ ମଞ୍ଜୁରୀ ଦିଆଯାଇଛି। ଏବେ ଜରୁରୀ ପରିବର୍ତ୍ତନକୁ ଧ୍ୟାନରେ ରଖି ନୂଆ ଚିଠା ପ୍ରସ୍ତୁତ କରି ବିଲ୍ ଅଣାଯିବ। ପୁଣି ଏହାକୁ ସଂସଦର ଏହି ଅଧିବେଶନରେ ଲୋକସଭାରେ ଉପସ୍ଥାପନ କରାଯିବ।

wp:gallery {"ids":[65020]} /wp:gallery

ବ୍ୟାଙ୍କରେ ନୂଆ ଆକାଉଣ୍ଟ ଖୋଲିବା କିମ୍ବା ମୋବାଇଲ ସିମ୍ କିଣିବା ସମୟରେ ଆଧାର କାର୍ଡ଼ର ଆବଶ୍ୟକତା ନାହିଁ ବୋଲି ଗତ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ।ଏ ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ। କାରଣ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପୂର୍ବରୁ ବ୍ୟାଙ୍କରେ ନୂଆ ଆକାଉଣ୍ଟ ଖୋଲିବା କିମ୍ବା ମୋବାଇଲ ସିମ୍ କାର୍ଡ଼ରେ ଆଧାର ଲିଙ୍କ ଜରୁରୀ ଥିଲା। କେବଳ ସେତିକି ନୁହେଁ ବିଭିନ୍ନ କ୍ଷେତ୍ରରେ ସରକାର ଆଧାର ଲିଙ୍କ କରିବାକୁ ଜରୁରୀ କରିଦେଇଥିଲେ।

wp:gallery {"ids":[65019]} /wp:gallery

ସରକାରଙ୍କ ଏଭଳି ନିଷ୍ପତ୍ତିକୁ କେତେକ ସଙ୍ଗଠନ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ଫଳରେ ସୁପ୍ରିମକୋର୍ଟ ସରକାରଙ୍କ ମତାମତ ମାଗିଥିଲେ। ବିରୋଧି ଦଳମାନେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.