ସାବରୀମାଳା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା : ସୁପ୍ରିମକୋର୍ଟ

Published By : Prameya-News7 Bureau | November 14, 2019 IST

ନୂଆଦିଲ୍ଲୀ ୧୪।୧୧: ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଚ ମନାକରିଦେଇଛନ୍ତି । ଏହାସହ ଏହି ମାମଲାକୁ ସୁପ୍ରିମକୋର୍ଟ ବଡ ବେଞ୍ଚକୁ ପଠାଇଦେଇଛି । ଏବେ ସାତ ଜଣିଆ ଜଜ୍ ଙ୍କୁ ନେଇ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଦୁଇ ଜଣ ଜଜ୍‌ଙ୍କ ଅସହମତି ପରେ ଏହି ମାମଲା ବଡ ବେଞ୍ଚଙ୍କୁ ପଠାଇ ଦିଆଯାଇଛି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏହି ମାମଲାର ଶୁଣାଣି କରିଛନ୍ତି । ସାବରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ପାଇଁ ଦିଆଯାଇଥିବା ଅନୁମତି ବିରୋଧରେ ଆଗତ ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ଗୋଗୋଇଙ୍କ ନେତୃତ୍ବରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଏହି ଖଣ୍ଡପୀଠରେ ଜଷ୍ଟିସ୍ ଆରଏଫ୍  ନରିମନ, ଜଷ୍ଟିସ୍  ଏଏମ ଖାନ୍ ୱିଲକର, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍  ଇନ୍ଦୁ ମାଲହୋତ୍ରା ରହିଥିଲେ ।

କେରଳର ସାବରୀମାଳାରେ ଥିବା ଭଗବାନ ଆୟପ୍ପାଙ୍କ ମନ୍ଦିରକୁ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ଉପରେ ରୋକ୍ ଲାଗିଥିଲା। ହେଲେ ସୁପ୍ରିମକୋର୍ଟ ୨୦୧୮ ମସିହା ସେପ୍ଟେମ୍ବର ୨୮ରେ ଏହାକୁ ଉଚ୍ଛେଦ କରିଥିଲେ। ଏହାକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଥିଲା । ଫେବୃଆରୀ ମାସରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ତେବେ ଆଜି ଏହାର ରାୟ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.