Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ନରଦା ଷ୍ଟିଂ ଟେପ୍ ମାମଲା: ମମତା ଓ ମଳୟଙ୍କ ମାମଲାରୁ ନିଜକୁ ପୃଥକ କଲେ ସୁପ୍ରିମକୋର୍ଟ ବିଚାରପତି ଅନିରୁଦ୍ଧ ବୋଷ

22/06/2021 at 4:12 PM

ନୂଆଦିଲ୍ଲୀ ୨୨।୬: ନରଦା ଷ୍ଟିଂ ଟେପ୍‌ ମାମଲାରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ମଙ୍ଗଳବାର ନିଜକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ମାମଲାରୁ ପୃଥକ କରିଦେଇଛନ୍ତି। ମାମଲାରେ ସିବିଆଇ ତୃଣମୂଳ କଂଗ୍ରେସର ୪ ଜଣ ନେତାଙ୍କୁ ଗିରଫ କରିବା ଦିନ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଭୂମିକାକୁ ନେଇ ପିଟିସନ ଦାଖଲ ହୋଇଥିଲା।

ସୁପ୍ରିମକୋର୍ଟଙ୍କ ବିଚାରପତି ହେମନ୍ତ ଗୁପ୍ତା ଓ ବିଚାରପତି ଅନିରୁଦ୍ଧ ବୋଷଙ୍କ ଅବକାଶ କାଳୀନ ପୀଠ ମଙ୍ଗଳବାର  ପିଟିସନର ଶୁଣାଣି କରିଛନ୍ତି।  ଶୁଣାଣି ଆରମ୍ଭରେ ଜଷ୍ଟିସ୍‌ଗୁପ୍ତା  ତାଙ୍କ ସାଥୀ ବିଚାରପତି ମାମଲାରୁ ନିଜକୁ ପୃଥକ କରିନେଇଥିବା ଘୋଷଣା କରିଥିଲେ। ସେ କହିଥିଲେ ଯେ ଏବେ ମାମଲାକୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ.ଭି.ରମନ୍ନାଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବ ଓ ଏହା ଉପରେ ସେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି କହିଥିଲେ।

ଆବକାଶକାଳୀନ ପୀଠ ମାମଲାରେ ୩ଟି ପିଟିଶନର ଶୁଣାଣି କରିବେ। ଏଥିରୁ ଗୋଟିଏ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ହୋଇଛି। ଏହି ସବୁ ପିଟିସନରେ ମେ ୧୭ ତାରିଖ ଦିନ ସିବିଆଇ ତୃଣମୂଳ କଂଗ୍ରେସର ୪ ମନ୍ତ୍ରୀଙ୍କୁ ଗିରଫ କରିବା ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ମାମଲାରେ ସେମାନଙ୍କ ଭୂମିକା ନେଇ କୋର୍ଟଙ୍କୁ ସତ୍ୟପାଠ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଉଭୟ ନିର୍ଦ୍ଦେଶକୁ ଅଗ୍ରାହ୍ୟ କରିବା ସହ ମାମଲାରେ ସର୍ବୋଚ୍ଚନ୍ୟାୟାଳୟଙ୍କୁ ଚାଲେଞ୍ଜ କରିଛନ୍ତି।

ମାମଲାରେ ସିବିଆଇ ମନ୍ତ୍ରୀମାନଙ୍କୁ ଗିରଫ କରି ସେମାନଙ୍କ ଆଇନଗତ କାର୍ଯ୍ୟାନୁଷ୍ଠାନ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନମନ୍ତ୍ରୀ ପ୍ରଥମେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାମଲାରେ ସୁପ୍ରିମକୋର୍ଟଙ୍କ ୯ ଜୁନ୍‌ ଆଦେଶକୁ ପରେ ଚାଲେଞ୍ଜ କରିଥିଲେ। ନରଦା ଷ୍ଟିଂ କେସ୍‌କୁ ସ୍ୱତନ୍ତ୍ର ସିବିଆଇ ଅଦାଲତରୁ ଉଚ୍ଚନ୍ୟାୟାଳୟକୁ ସ୍ଥାନାନ୍ତର ଲାଗି ଏଜେନ୍ସୀ ଆବେଦନ କରିଥିଲେ। ତେବେ ଜୁନ ୯ ତାରିଖ ଦିନ ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ୫ ସଦସୀୟ ପୀଠ ମାମଲାର ପରେ ଶୁଣାଣି କରିବେ ବୋଲି କହିଥିଲେ।   

   Related Posts