ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ନେଇ କେନ୍ଦ୍ରର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ ୨୫।୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କୁ ଅଲଗା ଅଲଗା ଫାଶୀ ଦେବା ଲାଗି କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଶୁଣାଣି କରିବେ । ଜଷ୍ଟିସ୍ ଆର ଭାନୁମତୀ, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ନବୀନ ସିହ୍ନାଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିବେ । ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ ଖାରଜ ହେବା ପରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

{"id":228046,"sizeSlug":"large"}

ଫେବୃଆରୀ ୫ ତାରିଖରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, ନିର୍ଭୟା ଗଣଦୁଷ୍କର୍ମ ମାମଲାର ସମସ୍ତ ଦୋଷୀଙ୍କୁ ଏକାସଙ୍ଗେ ଫାଶୀ ଦେବା ଲାଗି ଡେଥ୍ ଓ୍ବାରେଣ୍ଟ ଉସ୍ୟୁ କରାଯିବା ଉଚିତ୍ । ହାଇକୋର୍ଟ ଆହୁରି କହିଥିଲେ ଯେ, ଦିଲ୍ଲୀ କାରାଗାର ନିୟମରେ ଏହା ଉଲ୍ଲେଖ ନାହିଁ ଯେ, ଯଦି ଜଣେ ଦୋଷୀଙ୍କ କ୍ଷମା ଆବେଦନର ପ୍ରକ୍ରିୟା ଶେଷ ହୋଇନଥାଏ ତେବେ ଅନ୍ୟ ଦୋଷୀମାନଙ୍କୁ ଫାଶୀ ଦେଇଦିଆଯିବ ଅଥବା ଦିଆଯିବନାହିଁ । ଯଦି ଟ୍ରାଏଲ କୋର୍ଟରୁ ନେଇ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

{"id":227607,"width":580,"height":344,"sizeSlug":"large"}

ଏହା ପୂର୍ବରୁ ନିର୍ଭୟା ମାମଲାରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଦ୍ବାରା ଜାରି କରାଯାଇଥିବା ଡେଥ୍ ଓ୍ବାରେଣ୍ଟ ଅନୁଯାୟୀ ଆଗାମୀ ମାର୍ଚ୍ଚ ମାସ ୩ ତାରିଖ ସକାଳ ୬ଟାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ । ତିହାର ଜେଲ୍ ପ୍ରଶାସନ ଫାଶୀର ଦିନକ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୨ ତାରିଖରେ ଫାଶୀର ଫାଇନାଲ୍ ଟ୍ରାଏଲ ନେବାପାଇଁ ନିର୍ଣ୍ଣୟ ନେଇଛି । ମାତ୍ର ଏନେଇ ଜେଲ୍ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

{"id":227606,"sizeSlug":"large"}

ଶୁଣାଯାଉଛି ଯେ, ମାର୍ଚ୍ଚ ୧ତାରିଖ ସନ୍ଧ୍ୟାରେ ଉତ୍ତରପ୍ରଦେଶରୁ ଜଲ୍ଲାଦ ଆସିବେ ଏବଂ ତାପର ଦିନ ୨ ମାର୍ଚ୍ଚରେ ଫାଶୀର ଟ୍ରାଏଲ କରାଯିବ । ମଙ୍ଗଳବାର ଦିନ ପୁଣି ତିହାର ଜେଲ୍ ଅଧିକାରୀ  ଫାଶୀଗୃହର ନୀରିକ୍ଷଣ କରିବେ । ଅନ୍ୟପଟେ ଦୋଷୀମାନଙ୍କ ପରିବାରକୁ ପୁଣି ଚିଠି ଲେଖି ଶେଷ ଦେଖା ପାଇଁ କୁହାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.