ଜାମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବିରୋଧ ମାମଲା : ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

Published By : Prameya-News7 Bureau | August 13, 2019 IST

ନୂଆଦିଲ୍ଲୀ ୧୩|୮: ଜାମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଗୁଡିକର ଆଜି ହେବ ଶୁଣାଣି । ୩୭୦ ଉଚ୍ଛେଦ ସହ ଜାମ୍ମୁକାଶ୍ମୀରେ ଯେଉଁ  ବିଭିନ୍ନ  କଟକଣା ଜାରି ହୋଇଛି ତାକୁ ବିରୋଧ କରି ମାମଲା ରୁଜୁ ହୋଇଛି । ସାମାଜୀକ କର୍ମୀ ତେହେସିନ ପୁନାୱାଲା ଦ୍ବାରା ଦାୟର ହୋଇଥିବା ମାମଲାରେ ବିଚାରପତି ଅରୁଣ କୁମାର ମିଶ୍ର,ଏମଆର ଶାହା ଏବଂ ଅଜୟ ରସ୍ତଗୀଙ୍କ  ଖଣ୍ଡପୀଠରେ ଶୁଣାଣି ହେବ । ସେହିପରି କାଶ୍ମୀର  ଦୈନିକ ଖବରକାଗଜର ସମ୍ପାଦିକା ଅନୁରାଧା ଭସିନଙ୍କ ଦ୍ବାରା ହୋଇଥିବା ମାମଲାର ମଧ୍ୟ ହେବ ଶୁଣାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.