Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ରାଫେଲ ଡିଲ୍ ଓ ସାବରୀମାଳା ରିଭ୍ୟୁ ପିଟିସନର ଆଜି ସୁପ୍ରିମକୋର୍ଟରେ ଶୁଣାଣି

14/11/2019 at 9:02 AM

ନୂଆଦିଲ୍ଲୀ ୧୪।୧୧: ଅଯୋଧ୍ୟା ଜମି ବିବାଦ ମାମଲାରେ ବଡ଼ ରାୟ ଶୁଣାଇବା ପରେ ସୁପ୍ରିମକୋର୍ଟ ଆଜି ଆଉ ଏକ ଇତିହାସ ରଚିବାକୁ ଯାଉଛନ୍ତି। ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍  ରଞ୍ଜନ ଗୋଗୋଇ ଏକକାଳୀନ ୨ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରିବେ। ଆସନ୍ତା ୧୭ ତାରିଖରେ ଅବସର ନେବାକୁ ଥିବା ଜଷ୍ଟିସ୍  ଗୋଗୋଇ ଆଜି ରାଫେଲ ଯୁଦ୍ଧ ବିମାନ ଡିଲ୍ କୁ ନେଇ ଆଗତ ରିଭ୍ୟୁ ପିଟିସନର ଶୁଣାଣି କରିବେ। ଏହାସହ ସାବରୀମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶ ପାଇଁ ଦିଆଯାଇଥିବା ଅନୁମତି ବିରୋଧରେ ଆଗତ ଆବେଦନର ଶୁଣାଣି ସୁପ୍ରିମକୋର୍ଟ କରିବେ।

ଆଜି ୧୦ଟା ୩୦ରେ ଏହି ମାମଲାର ଶୁଣାଣି ହେବ। ଭାରତ ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଡିଲ୍  କରିଛନ୍ତି। ତେବେ ଏଥିରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ କରି ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା। ଲୋକସଭା ନିର୍ବାଚନ ବେଳେ ଏହି ପ୍ରସଙ୍ଗ ଆଧାରରେ ବିରୋଧୀ ମୋଦି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ। ହେଲେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତ ଆବେଦନକୁ ଖାରଜ କରି ସରକାରଙ୍କୁ କ୍ଲିନଚିଟ୍  ଦେଇଥିଲେ। ଏହି କ୍ଲିନଚିଟ୍  ପରେ ଏକାଧିକ ଦସ୍ତାବିଜ ସାମ୍ନାକୁ ଆସିଥିଲା। ଯେଉଁଥିରେ ବିରୋଧୀ ଦୁର୍ନୀତିର ଗନ୍ଧ ବାରିଥିଲେ। ତେଣୁ ସେମାନେ ଏହି ତଥ୍ୟ ଆଧାରରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିଛନ୍ତି। ମେ’ ମାସରେ କୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଆଜି ରାଫେଲ ଡିଲର ଚୂଡ଼ାନ୍ତ ରାୟ ଆସିବ। ଜଷ୍ଟିସ ଗୋଗୋଇଙ୍କ ନେତୃତ୍ବରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ସାବରୀମାଲା ବିବାଦର ଶୁଣାଣି ପରେ ଏହି ରାଫେଲ ରାୟ ପ୍ରକାଶ କରିବେ। ଏହି ଖଣ୍ଡପୀଠରେ ଜଷ୍ଟିସ୍  ଆରଏଫ୍  ନରିମନ, ଜଷ୍ଟିସ୍  ଏଏମ ଖାନ୍ ୱିଲକର, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍  ଇନ୍ଦୁ ମାଲହୋତ୍ରା ରହିଛନ୍ତି।

କେରଳର ସାବରୀମାଲାରେ ଥିବା ଭଗବାନ ଆୟପ୍ପାଙ୍କ ମନ୍ଦିରକୁ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ଉପରେ ବ୍ୟାନ ଲାଗିଥିଲା। ହେଲେ ସୁପ୍ରିମକୋର୍ଟ ୨୦୧୮ ମସିହା ସେପ୍ଟେମ୍ବର ୨୮ରେ ଏହାକୁ ଉଚ୍ଛେଦ କରିଥିଲେ। ଏହାକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଥିଲା। ଫେବୃଆରୀ ମାସରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

   Related Posts