Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଆସନ୍ତା ୧୪ରେ କ୍ୟୁରେଟିଭ୍ ପିଟିସନର ଶୁଣାଣି

11/01/2020 at 2:21 PM

ନୂଆଦିଲ୍ଲୀ ୧୧।୧: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସନ୍ତା ୧୪ରେ କ୍ୟୁରେଟିଭ୍  ପିଟିସନର ରିଭ୍ୟୁ କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ଜଷ୍ଟିସ୍ ଏନଭି ରମାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆରଏଫ ନରିମାନ, ଜଷ୍ଟିସ ଆର ଭାନୁମତି ଏବଂ ଜଷ୍ଟିସ ଅଶୋକ ଭୂଷଣ ମାମଲାର ରିଭ୍ୟୁ କରିବେ ।

ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ୪ ଦୋଷୀ ଆସନ୍ତା ୨୨ ତାରିଖରେ ଫାଶୀ ପାଇବେ ବୋଲି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମା ଓ ମୁକେଶ ଶେଷ ପ୍ରୟାସ କରିଛନ୍ତି ।

ଗତ ୯ ତାରିଖରେ ଉଭୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । ଯାହାର ରିଭ୍ୟୁ କରିବା ପାଇଁ ୧୪ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ଅଦାଲତ । କ୍ୟୁରେଟିଭ ପିଟିସନ ହେଉଛି ଜଣେ ଦୋଷୀର ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ଆଇନଗତ ପଦକ୍ଷେପ । ଏହାକୁ ବିଚାରପତି ଚ୍ୟାମ୍ବର ମଧ୍ୟରେ ହିଁ ବିଚାର କରିବେ । ପୂର୍ବରୁ ନିର୍ଭୟା ମାମଲାରେ ଅନ୍ୟ ଜଣେ ଦୋଷୀ ଅକ୍ଷୟ ଠାକୁରଙ୍କ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ । ଏବେ ପୁଣି ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ଦୋଷୀ ବିନୟ ଶର୍ମା ଓ ମୁକେଶ ଶେଷ ପ୍ରୟାସ କରିଛନ୍ତି ।

   Related Posts