ନିର୍ଭୟା ମାମଲା : ଡେଥ୍ ଓ୍ବାରେଣ୍ଟ ଏବଂ ବିନୟର ଆବେଦନ ଉପରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

Published By : Prameya-News7 Bureau | February 14, 2020 IST

ନୂଆଦିଲ୍ଲୀ ୧୪।୨: ନିର୍ଭୟା ମାମଲାରେ ଦୋଷୀମାନଙ୍କୁ ଅଲଗା-ଅଲଗା ଫାଶୀ ଦେବାକୁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ ।  ଅନ୍ୟପଟେ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଥିଲା । ସେହି ଆବେଦନର ମଧ୍ୟ ଆଜି ଶୁଣାଣି ହେବ ।

{"id":224262,"sizeSlug":"large"}

ଜଷ୍ଟିସ୍ ଆର ଭାନୁମତି, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏ ଏସ୍ ବୋପନ୍ନାଙ୍କ ଖଣ୍ଡପୀଠ ନିର୍ଭୟା ଦୋଷୀ ପଓ୍ବନ କୁମାର ଗୁପ୍ତାଙ୍କ ପାଇଁ ବରିଷ୍ଠ ଓକିଲ ଅଞ୍ଜନା ପ୍ରକାଶଙ୍କୁ ନ୍ୟାୟ ମିତ୍ର ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ପଓ୍ବନ ଗୁପ୍ତା ବର୍ତ୍ତମାନ ପର୍ଯ୍ୟନ୍ତ  ସୁଧାରତ୍ମକ ଆବେଦନ ଆବେଦନ ଏବଂ ରାଜକ୍ଷମା ଆବେଦନ କରିନାହାନ୍ତି ।  କେନ୍ଦ୍ର ସରକାରଙ୍କ ତାଙ୍କ ଆବେଦନଜରେ କହିଛନ୍ତି ଯେ, ଅନ୍ୟ ତିନି ଦୋଷୀଙ୍କୁ ଛାଡି କେବଳ ପଓ୍ବନ ଗୁପ୍ତା ନିକଟରେ ଆଇନ ବିକଳ୍ପ ରହିଛି । ଏଥିଯୋଗୁଁ ଅନ୍ୟ ଦୋଷୀମାନଙ୍କୁ ମଧ୍ୟ ଫାଶୀ ଦିଆଯାଇପାରୁନି ।

{"id":224263,"width":575,"height":326,"sizeSlug":"large"}

ସୁପ୍ରିମକୋର୍ଟ ପୂର୍ବ ଶୁଣାଣିରେ କେନ୍ଦ୍ର ସରକାରଙ୍କ ଏହି ଆବେଦନ ଉପରେ ଦୋଷୀମାନଙ୍କୁ ନୋଟିସ୍ ଜାରି କରିଥିଲେ । ଏବେ ଦୋଷୀମାନଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କୋର୍ଟ ନିଷ୍ପତ୍ତି ନେବେ । କେନ୍ଦ୍ର ସରକାର କହିଛନ୍ତି ଯେ, ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀମାନେ ଯେଉଁଭଳି ଭାବେ ଆଇନ ପ୍ରକ୍ରିୟାର ଦୂରୁପଯୋଗ କରୁଛନ୍ତି ତାହା ଆଇନ ସମ୍ମତ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.