ଆଜି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍ ଉପରେ ଶୁଣାଣି

Published By : Prameya-News7 Bureau | January 30, 2020 IST

ନୂଆଦିଲ୍ଲୀ ୩୦।୧: ଆଜି ନିର୍ଭୟା କାଣ୍ଡର ଅନ୍ୟ ଦୋଷୀ ଅକ୍ଷୟ ଠାକୁରର ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଅକ୍ଷୟ ପକ୍ଷରୁ କରାଯାଇଥିବା କ୍ୟୁରେଟିଭ୍ ପିଟିସନ ଉପରେ ସର୍ବୋଚ୍ଚ ଅଦାଲତ ରାୟ ଶୁଣାଇବେ । ନୂଆ ଗ୍ରାଉଣ୍ଡ ସହ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରାଯାଇଥିବା ଓକିଲ ଏ.ପି. ସିଂହ କହିଛନ୍ତି ।

{"id":217675,"sizeSlug":"large"}

ଜନମତ ଏବଂ ଲୋକଙ୍କ ଚାପ ଆଧାରରେ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ପିଟିସନରେ ଦର୍ଶାଯାଇଛି । ୫ ଜଣିଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିବେ ।

{"id":217676,"sizeSlug":"large"}

ସେପଟେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି ଦୋଷୀ ବିନୟ । ଏବେ ଦିଲ୍ଲୀ ସରକାର ଓ ଗୃହ ମନ୍ତ୍ରଣାଳୟର ସୁପାରିସ ପରେ ହିଁ କୌଣସି ନିଷ୍ପତ୍ତି ନେବେ ରାଷ୍ଟ୍ରପତି । ରାଜକ୍ଷମା ଆବେଦନରେ ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡ କରିବାକୁ ଗୁହାରି କରିଛି ବିନୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.