ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ- କୋର୍ଟ କାହାରି ବନ୍ଧକ ନୁହେଁ, ଆପଣଙ୍କୁ ନ୍ୟାୟାଳୟ ଉପରେ ଭରସା ନାହିଁ

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ ୨୭।୦୪: ସର୍ବୋଚ୍ଚ ନ୍ୟାୟାଳୟ କରୋନା ଭାଇରସ୍‌ ସଂକ୍ରମଣର ପରୀକ୍ଷା ପରେ ନିଜ ଘରକୁ ଫେରିବାକୁ ଇଚ୍ଛୁକ ଶ୍ରମ ଜୀବୀଙ୍କୁ ଯିବାକୁ ଅନୁମତି ଦେବା ପାଇଁ ଦାଖଲ ଆବେଦନ ଉପରେ କେନ୍ଦ୍ର ସରକାରଙ୍କଠୁ ସୋମବାର ଜବାବ ଲୋଡିଛନ୍ତି। ଏହା ସହିତ କହିଛନ୍ତି ଯେ, ନ୍ୟାୟିକ ସଂସ୍ଥା ସରକାରଙ୍କ ବନ୍ଧକ ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଟିପ୍ପଣୀ ସେହି ସମୟରେ କରିଛନ୍ତି  ଯେବେ ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ, ନ୍ୟାୟାଳୟ ସରକାରଙ୍କ ତଥ୍ୟକୁ ବିନା ଯାଞ୍ଚରେ ବିଚାର କରୁଥିବା ବେଳେ ପଳାୟନ କରୁଥିବା ଶ୍ରମ ଜୀବୀଙ୍କ ମୌଳିକ ଅଧିକାର ଲାଗୁ କରୁନାହିଁ।

ବିଚାରପତି ଏନ ଭି ରମଣ,  ସଞ୍ଜୟ  କିଶନ କୌଲ ଓ ବିଆର ଗଭଇଙ୍କ ଭୂଷଣଙ୍କ ଏହି ବୟାନ ଉପରେ ଅସନ୍ତୁଷ୍ଟ ବ୍ୟକ୍ତ କରି କହିଛନ୍ତି ଯେ, ଯଦି ଆପଣଙ୍କୁ ବ୍ୟବସ୍ଥା ଉପରେ ଭରସା ନାହିଁ ତେବେ ନ୍ୟାୟାଳୟ ଆପଣଙ୍କୁ କଣ ପାଇଁ ଶୁଣିବା ଉଚିତ୍। ଭୂଷଣ କହିଛନ୍ତି ଏହି ସଂସ୍ଥା ସମ୍ଵିଧାନ ଦ୍ଵାରା ପରିଚାଳିତ, ମାତ୍ର ପଳାୟନ କରୁଥିବା ଶ୍ରମ ଜୀବୀଙ୍କ ମୌଳିକ ଅଧିକାରର କ୍ଷୂର୍ଣ୍ଣ ହେଉଛି ଏବଂ ମୋତେ ଏଥିରେ ଅସନ୍ତୋଷ ବ୍ୟକ୍ତ କରିବାର ଅଧିକାର ରହିଛି। ପୀଠ ଭୂଷଣଙ୍କୁ କହିଛନ୍ତି ଯେ, ଆପଣଙ୍କୁ ନ୍ୟାୟାଳୟ ଉପରେ ଭରସା ନାହିଁ। ଏହି ସଂସ୍ଥା କାହାରି ବନ୍ଧକ ନୁହଁ। ପୀଠ ଭୂଷଣଙ୍କୁ କହିଛନ୍ତି ଯେ, ଆପଣଙ୍କ ହିସାବରେ ଆପଣ ଗତ ୩୦ ବର୍ଷ ହେବ ଏଠାରେ ଓକିଲାତି କରୁଛନ୍ତି ତେବେ ଆପଣଙ୍କୁ ଜଣା ଥିବ ଯେ,  କିଛି ଆଦେଶ ସପକ୍ଷରେ ଏବଂ କିଛି ଆଦେଶ ବିପକ୍ଷରେ ରହିଥାଏ। ଏଥିପାଇଁ ତାଙ୍କୁ ଏମିତି କହିବା ଉଚିତ୍ ନୁହେଁ।

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ଭୂଷଣଙ୍କୁ ଏହି ଭୁଲ ଧାରଣା ରହିବା ଉଚିତ୍ ନୁହେଁ ଯେ, ସେ କେବଳ ମୌଳିକ ଅଧିକାର ବିଷୟରେ ଚିନ୍ତା କରୁଛନ୍ତି। ମେହଟ୍ଟା କହିଛନ୍ତି ଏଥିପ୍ରତି ସରକାର ଅଧିକ ଚିନ୍ତିତ ଏବଂ ଏହି ଶ୍ରମ ଜୀବୀଙ୍କ ଯଥା ସମ୍ଭବ ସାହାଯ୍ୟ ଉପଲବ୍ଧ କରାଇବାକୁ ପ୍ରୟାସ କରୁଛୁ। ସଲିସିଟର ଜେନେରାଲ ପୀଠଙ୍କୁ ଅନୁରୋଧ କରିଛନ୍ତି ଯେ,  ଏହି ଆବେଦନ ଉପରେ ନୋଟିସ୍ କିମ୍ବା ନିର୍ଦ୍ଦେଶ ଦିଆନଯାଉ କାରଣ ଏଥିରେ ଭୁଲ୍ ସନ୍ଦେଶ ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.