ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ୍‌କୋର୍ଟରୁ ଆଶ୍ବସ୍ତି , ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ଉପରେ ଲାଗିଲା ରୋକ୍‌

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯/୧୦:  ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ସୁପ୍ରିମ୍‌କୋର୍ଟରୁ ଆଶ୍ୱସ୍ତି ମିଳିଛି। ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ତ୍ରିବେନ୍ଦ୍ର ସିଂ ରାୱତଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ଦେଇଥିବା ନିର୍ଦେଶ ଉପରେ ରୋକ ଲଗାଇଦେଇଛନ୍ତି  ସର୍ବୋଚ୍ଚ ଅଦାଲତ।  ଏହି ମାମଲରେ ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌ ଜାରି କରିଛନ୍ତି।  ହାଇକୋର୍ଟଙ୍କ ନିଷ୍ପତ୍ତି ଆଶ୍ଚର୍ଯ୍ୟାନ୍ବିତ କରିଛି ବୋଲି ସୁପ୍ରିମକୋର୍ଟ କହିଥିବା ବେଳେ ଅନ୍ୟ ରାୟ ସମ୍ପର୍କରେ ଟିପ୍ପଣୀ କରିନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜଣେ ସାମ୍ବାଦିକ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଲାଞ୍ଚ ନେଇଥିବା ନେଇ ଅଭିଯୋଗ କରିଥିଲେ । ତେବେ ଏହି ମାମଲା​‌ଲେ ଏଫଆଇଆର ରୁଜୁ କରି ଯାଞ୍ଚ କରିବାକୁ ସିବିଆଇକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ। ତେବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।

ଏହାସହ ଅଭିଯୋଗକାରୀ ସାମ୍ବାଦିକଙ୍କ ନାଁରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ରାଜଦ୍ରୋହ ମାମଲା ରଦ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ୨୦୧୬ରେ ତ୍ରିବେନ୍ଦ ସିଂ ରାଓ୍ବତ ଝାଡ଼ଖଣ୍ଡ ରାଜ୍ୟ ପ୍ରଭାରୀ ଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗୋ ସେବା ଆୟୋଗର ଅଧ୍ୟକ୍ଷ କରିବାକୁ ଟଙ୍କା ଲାଞ୍ଚ ନେଇଥିଲେ ବୋଲି ସାମ୍ବାଦିକ ଜଣଙ୍କ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.