Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୂଡାସମାଙ୍କ ନିର୍ବାଚନ ରଦ୍ଦମାମଲା: ଗୁଜୁରାଟ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

15/05/2020 at 3:17 PM

ନୂଆଦିଲ୍ଲୀ ୧୫।୫: ଗୁଜୁରାଟ ଆଇନ ମନ୍ତ୍ରୀ ଭୂପେନ୍ଦ୍ର ଚୂଡାସମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଚୂଡାସମାଙ୍କ ନିର୍ବାଚନକୁ ଗୁଜୁରାଟ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ତେବେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର  ରହିତାଦେଶ ଜାରି କରିଛନ୍ତି।  ସୁପ୍ରିମକୋର୍ଟଙ୍କ ବିଚାରପତି ଏଲ.ନାଗେଶ୍ୱର ରାଓ, ବିଚାରପତି ସଞ୍ଜୟ କିଶନ କୌଲ ଓ ବିଚାରପତି ବି.ଆର.ଗବଇଙ୍କ ଖଣ୍ଡପୀଠ ଭିଡିଓ କନଫରେନସିଂରେ ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟଙ୍କ ୧୨ ମେ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି। ଏହା ସହ ଚୂଡାସମାଙ୍କ ବିରୋଧରେ ଅଭିଯୋଗ ଆଣିଥିବା କଂଗ୍ରେସ ନେତା ଅଶ୍ୱିନୀ ରାଠୋର ଓ ଅନ୍ୟମାନଙ୍କୁ କୋର୍ଟ ନୋଟିସ୍ ଜାରି କରିଛନ୍ତି।

ଗତ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ନେତା ଚୂଡାସମା ତାଙ୍କ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଅଶ୍ୱିନୀ ରାଠୋରଙ୍କୁ ୩୨୭ ଭୋଟରେ ପରାସ୍ତ କରିଥିଲେ। ତେବେ ଭୋଟଗଣନାରୁ ନିର୍ବାଚନ ଅଧିକାରୀ ୪୨୭ ପୋଷ୍ଟାଲ ବାଲଟ୍‌କୁ ଅସ୍ୱୀକାର କରିବା ଯୋଗୁ ଚୂଡାସମାଙ୍କୁ ନିର୍ବାଚିତ ଘୋଷିତ କରାଯାଇଥିଲା ବୋଲି ରାଠୋର ଅଭିଯୋଗ କରିଥିଲେ। ସେହିପରି ନିର୍ବାଚନ ନିରପେକ୍ଷ ହୋଇନଥିବାର ମଧ୍ୟ ରାଠୋର ଅଭିଯୋଗ କରିଥିବା ବେଳେ ଭୋଟଗଣନା କେନ୍ଦ୍ରରେ ଚୂଡାସମାଙ୍କ ପ୍ରତିନିଧି ବାରମ୍ବାର ମୋବାଇଲ ଫୋନରେ କଥା ହେଉଥିଲେ ବୋଲି ମଧ୍ୟ ଅଭିଯୋଗ କରିଥିଲେ ରାଠୋର।

ତେବେ ଏନେଇ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି ଚୂଡାସମା। ସେ ତାଙ୍କ ପିଟିସନରେ ଅଭିଯୋଗକାରୀ କେଉଁଠାରେ ବି  ପ୍ରସଙ୍ଗ ସମର୍ଥନରେ ମଜଭୁତ ପ୍ରମାଣ ଅଥବା ସାକ୍ଷା ମଧ୍ୟ ଦେଇନଥିବା କହିଛନ୍ତି। ଏଣୁ ୧୪ଡିସେମ୍ବର ୨୦୧୭ ଢୋଲକିଆ ନିର୍ବାଚନ ମଣ୍ଡଳିରୁ ଅଭିଯୋଗକାରୀଙ୍କୁ ନିର୍ବାଚିତ ଘୋଷଣା କରାଯିବାର ଯଥାର୍ଥତା ନାହିଁ ବୋଲି ମଧ୍ୟ ଦର୍ଶାଇଛନ୍ତି।

   Related Posts