କ୍ରିକେଟର ଏସ.ଶ୍ରୀସନ୍ଥଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ହଟିଲା ଆଜୀବନ ବ୍ୟାନ୍

Published By : Prameya-News7 Bureau | March 15, 2019 IST

ନୂଆଦିଲ୍ଲୀ ୧୫|୩ : କ୍ରିକେଟର ଏସ୍. ଶ୍ରୀସନ୍ଥଙ୍କ ଉପରେ ଆଇପିଏଲ୍ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ ଲାଗିଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଅନୁସାରେ ବିସିସିଆଇ ପାଖରେ ଅନୁଶାସନାତ୍ମକ କାର୍ଯ୍ୟକାରିତା କରିବାର ଅଧିକାର ରହିଛି । କୋର୍ଟ ବିସିସିଆଇକୁ ଶ୍ରୀସନ୍ଥଙ୍କ ଉପରେ ଶୁଣାଣି କରିବା ପାଇଁ ମଉକା ଦେବା ଏବଂ ୩ ମାସ ଭିତରେ ଏଥିପାଇଁ ଦଣ୍ଡ ଦେବାକୁ ଆଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ତରଫରୁ କୁହାଯାଇଛି ଯେ, ବିସିସିଆଇ ଶ୍ରୀସନ୍ଥଙ୍କ ଉପରେ ଲଗାଇଥିବା ଆଜୀବନ ପ୍ରତିବନ୍ଧକ ଉପରେ ପୁନଃ ବିଚାର କରନ୍ତୁ ଏବଂ ୩ ମାସ ଭିତରେ ଏହାର ଉତ୍ତର ଦିଅନ୍ତୁ । କୋର୍ଟ କହିଛନ୍ତି ଯେ, ବିସିସିଆଇ ଶ୍ରୀସନ୍ଥଙ୍କ ପକ୍ଷ ମଧ୍ୟ ଶୁଣନ୍ତୁ । ସୁପ୍ରିମକୋର୍ଟଙ୍କ ଅନୁସାରେ ଲାଇଫଟାଇମ୍ ବ୍ୟାନ୍ ଅଧିକ ଦଣ୍ଡ ହେଉଛି ।

ତେବେ ବିସିସିଆଇ ଶ୍ରୀସନ୍ଥଙ୍କ ଉପରେ ଆଇପିଏଲ୍୨୦୧୩ ମସିହାରେ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ ଦୋଷୀ ମାନି ଆଜୀବନ ପ୍ରତିବନ୍ଧକ ଲଗାଇଥିଲେ । ଏହାର ବିପକ୍ଷରେ ଶ୍ରୀସନ୍ଥ ସୁପ୍ରିମକୋର୍ଟରେ କେସ୍ କରିଥିଲେ । ଏହା ପୂର୍ବରୁ ବିସିସିଆଇ ତରଫରୁ କୋର୍ଟରେ ଶ୍ରୀସନ୍ଥଙ୍କ ଉପରେ ଭ୍ରଷ୍ଟାଚାର, ସଟ୍ଟାବାଜି ଏବଂ କ୍ରିକେଟକୁ ଅପମାନ କରିଥିବା ଅଭିଯୋଗ ଲଗାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.