Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

କେହି ଖୁସିରେ ଭିକ ମାଗୁନାହାନ୍ତି, ଆମେ ସମ୍ଭ୍ରାନ୍ତ ବର୍ଗ ଭଳି ଚିନ୍ତା କରିପାରିବୁ ନାହିଁ: ସୁପ୍ରିମକୋର୍ଟ

27/07/2021 at 5:14 PM

ନୂଆଦିଲ୍ଲୀ୨୭/୭: କରୋନା ମହାମାରୀକୁ ନଜରରେ ରଖି ଭିକାରୀ ଏବଂ ବାସହରାଙ୍କୁ ଥଇଥାନ ଏବଂ ଟିକାକରଣ କରିବା ନେଇ ହୋଇଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଏହା ସହ ରାସ୍ତା ଉପରେ ଭିକାରୀଙ୍କୁ ହଟାଇବା ଦିଗରେ ସମ୍ଭ୍ରାନ୍ତ ବର୍ଗଙ୍କ ଦୃଷ୍ଟିକୋଣରୁ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସଫା ସଫା ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କାରଣ ଏହା ଏକ ସାମାଜିକ ଏବଂ ଆର୍ଥିକ ସମସ୍ୟା ବୋଲି ମଧ୍ୟ କହିଛନ୍ତି।

ଜଷ୍ଟିସ୍‌ ଡି ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍‌ ଏମଆର ଶାହଙ୍କ ବେଞ୍ଚ କହିଛନ୍ତି ରାସ୍ତା ଏବଂ ସର୍ବସାଧାରଣ ସ୍ଥାନରେ ଭିକାରୀମାନଙ୍କୁ ଉଠାଇବା ନେଇ ଆଦେଶ ଦେଇପାରିବେ ନାହିଁ।  କାରଣ ଶିକ୍ଷା ଏବଂ ରୋଜଗାର ନଥିବା ଯୋଗୁ ଜୀବିକା ଏବଂ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ସେମାନେ ରାସ୍ତାରେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି। ଏମିତି ଭାବେ ଏହାର ସମାଧାନ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ବେଞ୍ଚ ଆହୁରି କହିଛନ୍ତି, ‘ଆପଣଙ୍କ ପ୍ରଥମ ପ୍ରାର୍ଥନା ଲୋକଙ୍କୁ ରାସ୍ତା ଉପରକୁ ଆସିବା ଉପରେ ରୋକ ଲଗାଇବା । ଲୋକେ ସଡ଼କରେ ଭିକ କାହିଁକି ମାଗୁଛନ୍ତି ? ଏହା ଗରିବୀ ଯୋଗୁଁ ହେଉଛି। ସୁପ୍ରିମକୋର୍ଟ ଭାବରେ ଆମେ ଏହାକୁ ଏଲିଟ୍‌ (ସମ୍ଭ୍ରାନ୍ତ) ଦୃଷ୍ଟିକୋଣରୁ ବିଚାର କରିବୁ ନାହିଁ। ସେମାନଙ୍କ ପାଖରେ କୌଣସି ବିକଳ୍ପ ନାହିଁ।’ ଜଷ୍ଟିସ ଚନ୍ଦ୍ରଚୂଡ୍‌ ବରିଷ୍ଠ ଓକିଲ ଚନ୍ମୟ ଶର୍ମାଙ୍କୁ କହିଛନ୍ତି କୌଣସି ଲୋକ ଭିକ ନମାଗିବା ଆବଶ୍ୟକ।

କୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ୍‌ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ଏହା ସହ ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଏହା ସରକାରଙ୍କ ପକ୍ଷରୁ ସାମାଜିକ କଲ୍ୟାଣ ନୀତିର ଏକ ବ୍ୟାପକ ମୁଦ୍ଦା। ସୁପ୍ରିମକୋର୍ଟ ଏହି ସମସ୍ୟାରେ କଣ ପଦକ୍ଷେପ ନିଆଯାଉଛି ତା ଉପରେ ଜବାବ ଦେବାକୁ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ୍‌ ଦେଇଥିବା ବେଳେ ମାମଲାର ଆଗାମୀ ଶୁଣାଣି ତାରିଖ ଦୁଇ ସପ୍ତାହ ପରେ ଧାର୍ଯ୍ୟ କରିଛନ୍ତି।

   Related Posts