ପୁଣି ନିରାଶ ଆତ୍ମଘୋଷିତ ଗଡ୍ ମ୍ୟାନ୍ ସାରଥୀ!!!

Published By : Prameya-News7 Bureau | May 16, 2018 IST

ପୁଣି ନିରାଶ ହେଲେ ଆତ୍ମଘୋଷିତ ଗଡ୍ ମ୍ୟାନ୍ ସନ୍ତୋଷ ରାଉଳ ଓରଫ ସାରଥୀ । ବାରିମୂଳ ଆଶ୍ରମରେ ମା, ଝିଅଙ୍କୁ ନିର୍ଯାତନା ମାମଲାରେ ସାରଥୀଙ୍କୁ ନିରାଶ ହେବାକୁ ପଡିଛି । ସୁପ୍ରିମକୋର୍ଟ ଆଜି ସାରଥୀଙ୍କ ଜାମିନ୍ ଆବେଦନ ଖାରଜ କରି ଦେଇଛନ୍ତି । ଜଷ୍ଟିସ ଏମ୍.ଭି ରମନ୍ନା ଓ ଜଷ୍ଟିସ ଅବଦୁଲ ନାଜିରଙ୍କ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ପୂର୍ବରୁ ୨୦୧୭ରେ ଏହି ମାମଲାରେ ସାରଥୀଙ୍କ ଜାମିନ୍ ଖାରଜ ହୋଇଥିଲା । ୨୦୧୫ ଅଗଷ୍ଟ ୮ରେ ବାରିମୂଳ ଆଶ୍ରମରୁ ସାରଥୀକୁ ଗିରଫ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.