ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ- ପିଏମ କେୟାର୍ସ ଫଣ୍ଡର ଅର୍ଥ ଏନଡିଆରଏଫ କୋଷରେ ଜମା କରିବାକୁ ଆଦେଶ ଦେଇ ପାରିବୁ ନାହିଁ

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ ୧୮।୦୮:  ସୁପ୍ରିମକୋର୍ଟ ପିଏମ କେୟାର୍ସ ଫଣ୍ଡରେ ଜମା ଅର୍ଥକୁ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା କୋଷ(ଏନଡିଆରଏଫ)ରେ ସ୍ଥାନାନ୍ତର କରିବା ଦାବି ନେଇ ଦାୟର ଆବେଦନକୁ ଖାରଜ କରି ଯାଚିକାକର୍ତ୍ତାଙ୍କୁ ଜୋରଦାର ଝଟକା ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ନିର୍ଣ୍ଣୟରେ କହିଛନ୍ତି ପିଏମ କେୟାର୍ସ ଫଣ୍ଡ ଚାରିଟି ଫଣ୍ଡ ପରି, ତେଣୁ ଏଥିରେ ଜମା ଅର୍ଥକୁ ଏନଡିଆରଏଫ କୋଷକୁ ସ୍ଥାନାନ୍ତର କରିବାର ଆବଶ୍ୟକତା ନାହିଁ। ଉଚ୍ଚତମ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି କୌଣସି ବି ବ୍ୟକ୍ତି କିମ୍ବା ସଂସ୍ଥା ଏନଡିଆରଏଫରେ ଦାନ  କରି ପାରିବେ।

ଅଦାଲତ କହିଛନ୍ତି କେନ୍ଦ୍ର ସରକାର ପିଏମ କେୟାର୍ସ ଫଣ୍ଡରେ ଜମା ରାଶିକୁ ଉଚିତ୍ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ପୂରା ସ୍ଵାଧୀନ। ଏନଡିଆରଏଫରେ ଯୋଗଦାନ ପାଇଁ କୌଣସି ବି ବ୍ୟକ୍ତି କିମ୍ବା କର୍ପୋରେଟ୍ ପାଇଁ କୌଣସି ବାଧା ନାହିଁ। ତେଣୁ ଅଦାଲତ କେନ୍ଦ୍ର ସରକାର ପିଏମ କେୟାର୍ସ ଫଣ୍ଡକୁ ଏନଡିଆରଏଫରେ ଜମା କରିବାକୁ ନିର୍ଦ୍ଦେଶ ଦେଇ ପାରିବ ନାହଁ।

wp:html /wp:html

ଉଲ୍ଲେଖନୀୟ ଏହି ଯାଚିକା ଏନଜିଓ ଣ୍ଟର ଫର ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେସନ’ ଦ୍ଵାରା ଆଡଭୋକେଟ୍ ପ୍ରଶାନ୍ତ ଭୂଷଣଙ୍କ ଜରିଆରେ ଦାୟର କରାଯାଇଥିଲା। ଆବେଦନରେ ପିଏମ କେୟାର୍ସ ଫଣ୍ଡରେ ଜମା ଅର୍ଥ ରାଶିକୁ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରବନ୍ଧନ କୋଷରେ ସ୍ଥାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ମାର୍ଗଦର୍ଶିକା ଦେବାକୁ ଦାବି କରିଥିଲେ।

ଏହା ପୂର୍ବରୁ କେନ୍ଦ୍ର ସରକାର ପିଏମ କେୟାର୍ସ ଫଣ୍ଡ ସପକ୍ଷରେ କହିଥିଲେ କୋଭିଡ୍-୧୯ ମହାମାରୀ ସହ ଲଢିବା ପାଇଁ ଏହା ଏକ ସ୍ଵେଚ୍ଛାକୃତ ଯୋଗଦାନର ଫଣ୍ଡ। ରାଷ୍ଟ୍ରୀୟ ବିପର୍ଯ୍ୟୟ କୋଷ ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କୋଷ ପାଇଁ ଉଦ୍ଦିଷ୍ଟ ବଜେଟ୍‌ରେ ହୋଇଥିବା ଆବଣ୍ଟନରେ ହାତ ମଧ୍ୟ ଲଗାଯାଇ ନାହିଁ।

ବିଚାରପତି ଅଶୋକ ଭୂଷଣ, ବିଚାରପତି କିଶନ କଉଲ ଓ ବିଚାରପତି ଏମ ଆର ଶାହାଙ୍କ ପୀଠ ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ନିଜର ପକ୍ଷ ରଖିଛନ୍ତି। ଉଲ୍ଲେଖନୀୟ କେନ୍ଦ୍ର ସରକାର ମାର୍ଚ୍ଚ ୨୮ରେ ପିଏମ କେୟାର୍ସ ଫଣ୍ଡର ଗଠନ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ କୋଭିଡ୍-୧୯ ପରି ମହାମାରୀର ଜରୁରୀକାଳୀନ ସ୍ଥିତି ମୁକାବିଲା ପାଇଁ ଧନ ଏକତ୍ର କରିବା ଏବଂ ପ୍ରଭାବିତ ଲୋକଙ୍କୁ ରିଲିଫ୍ ଯୋଗାଇ ଦେବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.