Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪ କୋଭିଡ୍ ପଜିଟିଭ୍, ୩୩୭୬୭୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବୌଦ୍ଧ : ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଅଧାବାଟରେ ଚାଲିଗଲା ପୁଅର ଜୀବନ
  • ||
  • ସୋର : ପୋଡିହୋଇ ମହିଳାଙ୍କ ମୁତ୍ୟୁ, ଘରଠାରୁ ୧୦୦ମି. ଦୂର କୁକୁଡା ଫାର୍ମ ପଛପଟୁ ଉଦ୍ଧାର ହେଲା ମୃତଦେହ
  • ||

ପିଏମ କେୟାର୍ସ ଫଣ୍ଡ ବିରୁଦ୍ଧରେ ଦାଖଲ ଯାଚିକାକୁ ଖାରଜ କଲେ ସୁପ୍ରିମକୋର୍ଟ

13/04/2020 at 7:51 PM

ନୂଆଦିଲ୍ଲୀ ୧୩।୦୪: କରୋନା ଭାଇରସ୍‌ର ମୁକାବିଲା ପାଇଁ ଗଠିତ ପିଏମ କେୟାର୍ସ ଫଣ୍ଡକୁ ନେଇ ଦାଖଲ ଯାଚିକାକୁ ସୋମବାର ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି। କୋଭିଡ୍-୧୯ର ମୁକାବିଲା ପାଇଁ କେନ୍ଦ୍ର ସରକାର ପିଏମ କେୟାର୍ସ ଫଣ୍ଡ ଗଠନ କରି ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅପିଲ୍ କରିଥିଲେ।

ମୁଖ୍ୟ ବିଚାରପତି ଏଏସଏ ବୋବଡେଙ୍କ ଖଣ୍ଡପୀଠ ଓକିଲ ଏମଏଲ ଶର୍ମାଙ୍କ ଦ୍ଵାରା ଦାୟର ଯାଚିକାକୁ ଭୁଲ୍ ଦର୍ଶାଇ ଏହାର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ  ହୋଇଥିବା ଶୁଣାଣିରେ ମୁଖ୍ୟ ବିଚାରପତି ଏହି ନିଷ୍ପତ୍ତି ଦେଇଛନ୍ତି।  

ମୁଖ୍ୟ ବିଚାରପତି ଏସଏ ବୋବଡେ, ଜଷ୍ଟିସ୍ ଏଲ ନାଗେଶ୍ଵର ରାଓ ଓ ଜଷ୍ଟିସ ଏମ,ଏମ, ଶାନ୍ତନଗୌଧରଙ୍କ ପୀଠ ଓକିଲ ଏମଏଲ ଶର୍ମାଙ୍କ ଯୁକ୍ତିରେ  ସହମତ ନୁହନ୍ତି ଯେ, ସମ୍ବିଧାନର କଣ୍ଟିନଜେନ୍ସି ଫଣ୍ଡ ଓ କନସଲିଡେଟେଡ ଫଣ୍ଡ ସମ୍ବନ୍ଧିତ ଧାରା ୨୬୬ ଓ ୨୬୭ ଧାରାକୁ ଅନୁସରଣ ନକରି କେନ୍ଦ୍ର ସରକାର ପିଏମ କେୟାର୍ସ ଫଣ୍ଡର ସ୍ଥାପନ କରିଛନ୍ତି। ପିଏମ କେୟାର୍ସ ଫଣ୍ଡକୁ ନେଇ ଯାଚିକାକର୍ତ୍ତାଙ୍କ ଭୁଲ୍ ଧାରଣା ରହିଛି ବୋଲି କୋର୍ଟ କହିଛନ୍ତି। ତେଣୁ ଏହାର ଶୁଣାଣି କରିବାର କୌଣସି ଆବଶ୍ୟକତା ନାହିଁ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ମାର୍ଚ୍ଚ ୨୮ରେ କୌଣସି ପ୍ରକାରର ଜରୁରୀକାଳୀନ ସ୍ଥିତି ମୁକାବିଲା ପାଇଁ ପିମଏ କେୟାର୍ସ ଫଣ୍ଡର ସ୍ଥାପନ କରାଯାଇଛି। ଏହାର ଉଦ୍ଦେଶ୍ୟ କରୋନା ଭାଇରସ୍‌ ପ୍ରକୋପର ମୁକାବିଲା ଓ ପ୍ରଭାବିତ ଲୋକଙ୍କୁ ରିଲିଫ୍ ଦେବା। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଏହି ଫଣ୍ଡର ଅଧ୍ୟକ୍ଷ ଥାନ୍ତି ଏବଂ ପ୍ରତିରକ୍ଷା, ଗୃହ ଓ ଅର୍ଥ ମନ୍ତ୍ରୀ ଏହାର ସଦସ୍ୟ ଥାନ୍ତି।

ମୁଖ୍ୟ ବିଚାରପତି ଏସଏ ବୋବଡେ, ଜଷ୍ଟିସ୍ ଏଲ ନାଗେଶ୍ଵର ରାଓ ଓ ଜଷ୍ଟିସ ଏମ,ଏମ, ଶାନ୍ତନଗୌଧରଙ୍କ ପୀଠ କାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ କେୟାର୍ସ ଫଣ୍ଡର ସ୍ଥାପନା ବିରୋଧରେ ଓକିଲ ଏମଏଲ ଶର୍ମାଙ୍କ ଦ୍ଵାରା ଦାୟର ଯାଚିକା ଉପରେ ଶୁଣାଣି କରି ଏହାକୁ ଖାରଜ କରିଛନ୍ତି।

ଜନସ୍ଵାର୍ଥ ମାମଲାରେ କୁହାଯାଇଥିଲା ଯେ, ପ୍ରେସ୍ ବିଜ୍ଞପ୍ତି ଜାରି କରି ପିଏମ କେୟାର୍ସ ଫଣ୍ଡର ସ୍ଥାପନା ବିଷୟରେ ସୂଚନା ଦିଆଗଲା ଏବଂ ଭାରତର ପ୍ରଧାନମନ୍ତ୍ରୀ କୋଭିଡ୍-୧୯ ର ମୁକାବିଲା ପାଇଁ  ଦାନ କରିବାକୁ ଅପିଲ୍ କଲେ। ମାତ୍ର ଏହି ସମ୍ବନ୍ଧରେ କୌଣସି ଅଧ୍ୟାଦେଶ କିମ୍ବା ଭାରତ ସରକାରଙ୍କ ଦ୍ଵାରା ରାଜପତ୍ର ଅଧିସୂଚନା ଜାରି  କରାଯାଇ ନାହିଁ।

ଜନସ୍ଵାର୍ଥ ଯାଚିକାରେ ଫଣ୍ଡରେ ଏ ପର୍ଯ୍ୟନ୍ତ ପ୍ରାପ୍ତ ଦାନକୁ ଭାରତୀୟ ରାଜସ୍ଵରେ ସ୍ଥାନାନ୍ତର କରିବାକୁ ଦାବି କରାଯାଇଥିଲା। ଏହି ଯାଚିକାରେ ଫଣ୍ଡର ସମସ୍ତ ଟ୍ରଷ୍ଟି ସହିତ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା। ଏହା ବ୍ୟତୀତ ଫଣ୍ଡର ସ୍ଥାପନାର ଯାଞ୍ଚ ପାଇଁ ଅଦାଲତର ତତ୍ଵାବଧାନରେ ଏସଆଇଟି ଯାଞ୍ଚର ଦାବି କରାଯାଇଥିଲା।

   Related Posts