Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚିଦାମ୍ବରମ୍‌ଙ୍କୁ ଝଟ୍‌କା : ଆଗୁଆ ଜାମିନ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, ଗିରଫ କରିପାରେ ଇଡି

5/09/2019 at 10:30 AM

ନୂଆଦିଲ୍ଲୀ ୫।୯: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଗୁଆ ଜାମିନ । ଆଗୁଆ ଜାମିନ ନେଇ ଚିଦାମ୍ବରମଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ପୂର୍ବରୁ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟେରେ ଚ୍ୟାଲେଞ୍ଜ କରିଥିଲେ ଚିଦାମ୍ବରମ । ଚିଦାମ୍ବରମଙ୍କ ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏବେ ୧୫ ଦିନ ସିବିଆଇ ହାଜତରେ ଅଛନ୍ତି ଚିଦାମ୍ବରମ । ଆଜି ସବୁଛି ଚିଦାମ୍ବରମଙ୍କ ରିମାଣ୍ଡ ଅବଧି । ସୁପ୍ରିମକୋର୍ଟ ଆଗୁଆ ଜାମିନ୍ ଆବେଦନ ଖାରଜ କରିବା ପରେ ଇଡି ତାଙ୍କୁ ଗିରଫ କରିପାରେ ।

ଅଗଷ୍ଟ ୨୧ରେ ଚିଦାମ୍ବରମଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା ସିବିଆଇ । ସେପଟେ ଆଜି ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ତାଙ୍କୁ ପୁଣି ଥରେ ରାଉଜ ଏଭିନ୍ୟୁ ଅଦାଲତରେ ହାଜର କରାଯିବ । ଚିଦାମ୍ବରମଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯିବ ନା ପୁଣି ଥରେ ରିମାଣ୍ଡରେ ନେବାକୁ ଅନୁମତି ଦେବେ ସେନେଇ ନିଷ୍ପତ୍ତି ନେବେ କୋର୍ଟ।

   Related Posts