ଫାଶୀଦଣ୍ଡରୁ ରକ୍ଷା ପାଇଁ ଅକ୍ଷୟର ପ୍ରାଣମୂର୍ଚ୍ଛା ଉଦ୍ୟମ ଫେଲ୍‌

Published By : Prameya-News7 Bureau | January 30, 2020 IST

ନୂଆଦିଲ୍ଲୀ ୩୦।୦୧ - ନିର୍ଭୟା ଦୋଷୀ ଅକ୍ଷୟ ଠାକୁରର କ୍ୟୁରେଟିଭ ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଏହି ମାମଲାର ଅନ୍ୟ ଦୁଇ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଛି । ତେବେ ନିର୍ଭୟା ଦୋଷୀଙ୍କୁ ଫେବୃଆରୀ ୧ତାରିଖରେ ଫାଶୀ ଦିଆଯିବା ନେଇ ଏବେବି ଅନିଶ୍ଚିତତା ଲାଗିରହିଛି । କାରଣ ଫେବୃଆରି ୧ ଦିନ ଧାର୍ଯ୍ୟ କରାଯାଇଥିବା ମୃତ୍ୟୁ ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ନିର୍ଭୟା ଦୋଷୀଙ୍କ ଓକିଲ ଦିଲ୍ଲୀ ଅଦାଲତରେ ସାନି ଆବେଦନ କରିଛନ୍ତି। ନିର୍ଭୟା ଓକିଲଙ୍କ ଆବେଦନ ଉପରେ ପକ୍ଷ ରଖିବାକୁ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ଆସନ୍ତାକାଲି ସକାଳ ୧୦ଟା ସୁଦ୍ଧା ପକ୍ଷ ରଖିବାକୁ କୁହାଯାଇଛି। କାଲି ଏହି ମାମଲାର ପୁଣି ଥରେ ଶୁଣାଣି ହେବ।

{"id":217928,"sizeSlug":"large"}

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀକୁ ଏଡାଇବା ପାଇଁ ଅକ୍ଷୟ ଠାକୁରର ପ୍ରାଣମୂର୍ଛା ଉଦ୍ୟମ ଫେଲ୍ ମାରିଛି। ଅକ୍ଷୟ କରିଥିବା କ୍ୟୁରେଟିଭ୍ ପିଟିସନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି ୫ ଜଣିଆ ଖଣ୍ଡପୀଠ । ବିଚାରପତି ଏନ.ଭି ରମଣା, ଅରୁଣ ମିଶ୍ର, ଆର ଏଫ ନରିମାନ, ଆର.ଭାନୁମତି ଏବଂ ବିଚାରପତି ଅଶୋକ ଭୁଷଣଙ୍କୁ ନେଇ ଏହି ଖଣ୍ଡପୀଠ ଗଠିତ ହୋଇଥିଲା ।

{"id":217929,"sizeSlug":"large"}

୫ ଜଣିଆ ଖଣ୍ଡପୀଠ ତାଙ୍କ ଚାମ୍ବରରେ ଅକ୍ଷୟ ଠାକୁରର ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି । ଅକ୍ଷୟର ଆବେଦନରେ କୌଣସି ଯଥାର୍ଥତା ନଥିବା ଖଣ୍ଡପୀଠ କହିଛନ୍ତି । ଏହା ସହ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଅକ୍ଷୟ କରିଥିବା ଆବେଦନକୁ ମଧ୍ୟ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।

{"id":217930,"sizeSlug":"large"}

ବୁଧବାର କ୍ୟୁରେଟିଭ୍ ପିଟିସନ ଦାଖଲ କରିଥଲା ଅକ୍ଷୟ କୁମାର। ଜନମତ ଓ ଲୋକଙ୍କ ଚାପର ବଶବର୍ତ୍ତୀ ହୋଇ ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ଆବେଦନରେ ଦର୍ଶାଇଥିଲା ।

{"id":217931,"sizeSlug":"large"}

ପୂର୍ବରୁ ଦୁଷ୍କର୍ମ ଓ ହତ୍ୟା ଭଳି ୧୭ଟି ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ସଜ୍ଜାକୁ କୋହଳ କରାଯିବାର ନଜିର ଥିବା ଯୁକ୍ତି ବାଢଥିଲା ଅକ୍ଷୟ। ଏବେ ଅକ୍ଷୟ ପାଖରେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରିବା ଶେଷ ବିକଳ୍ପ ରହିଛି। ବିନୟ ଓ ମୁକେଶଙ୍କ କ୍ୟୁରେଟିଭ୍ ପିଟିସନକୁ ପୂର୍ବରୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

{"id":217932,"sizeSlug":"large"}

ଏହି ମାମଲାରେ ଚତୁର୍ଥ ଅପରାଧୀ ପୱନ ଗୁପ୍ତା ଏଯାଏ କ୍ୟୁରେଟିଭ୍ ପିଟିସନ ଆବେଦନ କରିନାହିଁ। ଏପଟେ କ୍ୟୁରେଟିଭ୍ ପିଟିସନ ଖାରଜ ପରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି ବିନୟ କୁମାର। ଦିଲ୍ଲୀ ସରକାର ଓ ଗୃହ ମନ୍ତ୍ରଣାଳୟର ସୁପାରିସ ପରେ ହିଁ ରାଷ୍ଟ୍ରପତି ବିନୟର ଆବେଦନ ଉପରେ ବିଚାର କରିବେ।

{"id":217933,"sizeSlug":"large"}

ସେପଟେ ନିର୍ଭୟା ମାମଲାରେ ଅପରାଧୀଙ୍କ ପକ୍ଷରୁ ଫାଶୀ ଉପରେ ରୋକ୍ ଲଗାଇବାକୁ କରାଯାଇଥିବା ଆବେଦନ ଉପରେ ପକ୍ଷ ରଖିବାକୁ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ ଦେଇଛନ୍ତି ଦିଲ୍ଲୀର ଏକ ଅଦାଲତ। କାଲି ସକାଳ ୧୦ଟା ସୁଦ୍ଧା ପକ୍ଷ ରଖିବାକୁ କୁହାଯାଇଛି।

{"id":217934,"sizeSlug":"large"}

ଆସନ୍ତାକାଲି କାଲି ଏହି ମାମଲାର ସାନି ଶୁଣାଣି ହେବ। ସବୁକୁ ଦେଖିଲା ପରେ ଏମାନଙ୍କ ଫାଶୀ ଆହୁରି ବିଳମ୍ବ ହେବାଭଳି ଲାଗୁଛି ।

{"id":217936,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.