Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

AGR ବକେୟା ମାମଲା: ଟେଲିକମ କମ୍ପାନୀମାନଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଆବେଦନ ଖାରଜ

23/07/2021 at 5:08 PM

ନୂଆଦିଲ୍ଲୀ ୨୩।୭: ଟେଲିକମ୍ କମ୍ପାନୀମାନଙ୍କ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ବକେୟାର ପୁନଃ ହିସାବ ଲାଗି ସୁପ୍ରିମକୋର୍ଟରେ ଆଗତ ପିଟିସନ ଶୁକ୍ରବାର ଅଗ୍ରାହ୍ୟ ହୋଇଯାଇଛି। ଏୟାରଟେଲ, ଭୋଡାଫୋନ ଆଇଡିଆ ଓ ଟାଟା ଟେଲିସର୍ଭିସେସ୍‌ ପକ୍ଷରୁ କୋର୍ଟରେ ଏଥିଲାଗି ପିଟିସନ  ଦାଖଲ ହୋଇଥିଲା। ଏଥିରେ ଏଜିଆର ଆକାକଉଣ୍ଟିଂରେ ଭୁଲ ଥିବାର ସେମାନେ ଅଭିଯୋଗ କରିଥିଲେ। ଏଣୁ ଏହାର ପୁଣି  ହିସାବ କରାଇବାକୁ ସେମାନେ ନିବେଦନ କରିଥିଲେ।

ସୁପ୍ରିମକୋର୍ଟରେ ଜଷ୍ଟିସ୍‌ ଏଲ.ନାଗେଶ୍ୱର ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ମାମଲାର ଶୁଣାଣି କରି ଏଜିଆର ପୁଣି ହିସାବ କରିବାର କୌଣସି ଆବଶ୍ୟକତା ନଥିବା କହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଗତବର୍ଷ ସୁପ୍ରିମକୋର୍ଟ ଟେଲିକମ କମ୍ପାନୀମାନଙ୍କୁ ସେମାନଙ୍କ ବକେୟା ୯୩ ହଜାର ୫୨୦ କୋଟି ଟଙ୍କାର ଏଜିଆର ପୈଠ ଲାଗି ୧୦ ବର୍ଷ ସମୟ ଦେଇଥିଲେ। ଏଥିରେ ଏୟାରଟେଲକୁ ୪୩ ହଜାର କୋଟି ଓ ଭୋଡାଫୋନ ଆଇଡିଆଙ୍କୁ ୫୮ ହଜାର କୋଟି ଟଙ୍କା ପୈଠ କରିବାକୁ ଅଛି।

ଗତବର୍ଷ ମାମଲାର ଶୁଣାଣି କାଳରେ ସୁପ୍ରିମକୋର୍ଟ ବୈଧାନିକ ନେଣଦେଣରେ ଭାରତ ସରକାରଙ୍କ ସ୍ଥିତିକୁ କାଏମ ରଖିଥିଲେ। ଏଥିରେ ଟେଲିକମ କମ୍ପାନୀମାନେ ବକେୟା ଏଜିଆର ପୈଠ ଲାଗି ସେମାନଙ୍କୁ ୧୦ ଅଥବା ୨୦ ବର୍ଷର ବିକଳ୍ପ ପ୍ରଦାନ ନିମନ୍ତେ ନିବେଦନ କରିଥିଲେ। ସେହି ଅନୁସାରେ ସୁପ୍ରିମକୋର୍ଟ ସେମାନଙ୍କୁ ୧୦ ବର୍ଷ ଅବଧି ଦେଇଥିବା ବେଳେ ସେମାନେ ଏଥିରେ ପୁଣି ନୂଆକରି ଏହାର ହିସାବ କରିବାକୁ କୋର୍ଟଙ୍କୁ ନିବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ଦୂରସଞ୍ଚାର ବିଭାଗ ପକ୍ଷରୁ ଘରୋଇ ଟେଲିକମ କମ୍ପାନୀଙ୍କ ଠାରୁ ଆଦାୟ ହେଉଥିବା ଲାଇସେନସିଂ ଓ ୟୁଜେସ୍‌ ଫି। ଯେଉଁଥିରେ ସ୍ପେକ୍ଟ୍ରୁମ ଯୁଜେସ୍ ଚାର୍ଜ ଓ ଲାଇସେନ୍ସ ଫି ମଧ୍ୟ ସାମିଲ ଥାଏ। ତେବେ ଏଥିରେ ବି ଏକ ବିବାଦ ରହିଛି। ତାହା ହେଇଛି ଦୂର ସଞ୍ଚାର ବିଭାଗ ଏଜିଆରର ଆକଳନ ଟେଲିକମ କମ୍ପାନୀମାନଙ୍କ ମୋଟ ଆୟ ଉପରେ କରୁଛନ୍ତି। ଯେଉଁଥିରେ ଟେଲିକମ କମ୍ପାନୀମାନଙ୍କ ଲାଭ ସମେତ ପ୍ରପର୍ଟି ବିକ୍ରିରୁ ପାଉଥିବା ଲାଭ ମଧ୍ୟ ସାମିଲ ରହିଛି। ତେବେ ଟେଲିକମ କମ୍ପାନୀମାନେ କେବଳ ସେବାରୁ ହେଉଥିବା ଆମଦାନୀକୁ ଏଜିଆର ଅନ୍ତର୍ଭୁକ୍ତ କରିବା ଲାଗି ଦାବି କରୁଛନ୍ତି।

   Related Posts