Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଆତଶବାଜୀ ଉପରେ କୋଲକାତା ହାଇକୋର୍ଟଙ୍କ ନିଷିଦ୍ଧାଦେଶ ସୁପ୍ରିମକୋର୍ଟରେ ଖାରଜ

1/11/2021 at 7:55 PM

ନୂଆଦିଲ୍ଲୀ ୧।୧୧: କୋଭିଡ-୧୯ ମହାମାରୀରେ ବାୟୁପ୍ରଦୂଷଣକୁ ନଜରରେ ରଖି କାଳିପୂଜା, ଦୀପାବଳୀ ଓ ଅନ୍ୟ ଉତ୍ସବ କାଳରେ ଆତଶବାଜୀ ନିଷେଧ ଲାଗି କୋଲକାତା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଏ.ଏମ.ଖାନୱିଲକର ଓ ଜଷ୍ଟିସ୍ ଅଜୟ ରସ୍ତୋଗୀଙ୍କ ସ୍ୱତନ୍ତ୍ର ପୀଠ ପଶ୍ଚିମବଙ୍ଗ ସରକାରଙ୍କୁ ରାଜ୍ୟକୁ ଯେପରି ନିଷିଦ୍ଧ ବାଣ ଓ ଏହାର ପ୍ରସ୍ତୁତି ସାମଗ୍ରୀ ପ୍ରବେଶ ନ କରେ ତାହା ସୀମା ପ୍ରବେଶ ଫଟାକରେ ହିଁ ସୁନିଶ୍ଚିତ କରିବାକୁ କହିଛନ୍ତି।

ଦେଶରେ ଦୀପାବଳି ଅବକାଶ ସମୟରେ ସ୍ୱତନ୍ତ୍ର ଶୁଣାଣି ନିମନ୍ତେ ସୋମବାର ପୀଠ ବସିଥିଲେ। ଏଥିରେ ହାଇକୋର୍ଟ ଙ୍କ୨୯ ଅକ୍ଟୋବର ରାୟ ଶୁଣାଣି କରିଛନ୍ତି। ଆବେଦନକାରୀମାନେ ବିଭିନ୍ନ ରାଜ୍ୟରେ ସବୁଜ ଫଟକା ବିକ୍ରି ଲାଗି ଅନୁମତି ଥିବା ବେଳେ ପଶ୍ଚିମବଙ୍ଗରେ କାହିଁକି ନିଷିଦ୍ଧ ବୋଲି ପ୍ରଶ୍ନ ଉଠାଇଥିଲେ। ପରିବେଶ ଅନୁକୂଳ ଏହି ଫଟକା ୩୦ ପ୍ରତିଶତ ପର୍ଯ୍ୟନ୍ତ ଉତ୍ସର୍ଜନ କରିଥାଏ। ଏଣୁ ରାଜ୍ୟରେ ଅନୁନ୍ୟ ଗ୍ରୀନ କ୍ରାକରରୁ ଅନୁମତି ଦେବା ଲାଗି ବାଣ ବ୍ୟବସାୟୀ ସଂଘ ଆବେଦନ କରିଥିଲେ।

ଏହା ପୂର୍ବରୁ ହାଇକୋର୍ଟ ୨୯ ଅକ୍ଟୋବର ରାୟରେ  ରାଜ୍ୟ ସରକାରଙ୍କୁ ଚଳିତବର୍ଷ କାଳିପୂଜା, ଦୀପାବଳି ସମେତ ଛଟପୂଜା, ଜଗଦ୍ଧାତ୍ରୀ ପୂଜା, ଗୁରୁ ନାନକ ଜୟନ୍ତ୍ରୀ, ବଡଦିନ ଓ ନୂଆ ବର୍ଷ ପାଳନରେ ଯେପରି କୌଣସି ପ୍ରକାର ଆତଶବାଜୀ ନ ହୁଏ ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ଛଡା ଏହି ଆବସରମାନଙ୍କରେ ଲୋକଙ୍କୁ କେବଳ ମହମ ଓ ତୈଳ ପ୍ରଦୀପ ପ୍ରଜ୍ୱଳନ ଲାଗି ଉତ୍ସାହିତ କରିବା ନିମନ୍ତେ କହିଥିଲେ। ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶକୁ ବାତିଲ କରିଦେଇଥିବା ବେଳେ ନିଷିଦ୍ଧ ବାଣ ଓ ବାରୁଦ ଛାଡି ଅନ୍ୟ ପରିବେଶ ଅନୁକୂଳ ଆତଶବାଜୀକୁ ଅନୁମତି ଦେଇଛନ୍ତି।

   Related Posts