ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ‘ଜୟ ଶ୍ରୀରାମ’ ସ୍ଲୋଗାନ ଉପରେ ରୋକ ଲାଗି ଆବେଦନ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ ୯।୩: ପଶ୍ଚିମବଙ୍ଗରେ ଆଜିକାଲି ‘ଜୟ ଶ୍ରୀରାମ’ ସ୍ଲୋଗାନର ବହୁଳ ପ୍ରଚଳନ ହେଉଛି। ନିର୍ବାଚନୀ ମାହୋଲରେ ସ୍ଲୋଗାନର ରାଜନୀତିକରଣ ବି ହେବାରେ ଲାଗିଛି। ଏଥିରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଜୟ ଶ୍ରୀରାମ ଧୋନୀ ଉପରେ ରହିତାଦେଶ ଜାରି ଲାଗି ଆବେଦନକୁ କୋର୍ଟ ମଙ୍ଗଳବାର ଅଗ୍ରାହ୍ୟ କରିଦେଇଛନ୍ତି।

ଓକିଲ ଏମ.ଏଲ. ଶର୍ମା ଏ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଯେଉଁଥିରେ ଜୟଶ୍ରୀରାମ ନାରା ଦେଉଥିବା ବିଜେପିର ନିର୍ବାଚନ ଉପରେ ରୋକ ଲଗାଇବାକୁ ସେ ନିବେଦନ କରିଥିଲେ। ମାମଲାରେ କୋର୍ଟ ଶର୍ମାଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ ପ୍ରଥମେ କହିଥିଲେ। ତେବେ ଶର୍ମା ସୁପ୍ରିମକୋର୍ଟଙ୍କ ଏକ ପୁରୁଣା ରାୟ ସମ୍ପର୍କରେ ସୂଚିତ କରିବାରୁ କୋର୍ଟ ମାମଲାକୁ ଶୁଣାଣି ଲାଗି ଗ୍ରହଣ କରିଥିଲେ। ହେଲେ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

ମୁଖ୍ୟ ବିଚାରପତି ଏସ.ଏ.ବୋବଡେ, ବିଚାରପତି ଏ.ଏସ୍.ବୋପାନ୍ନା ଓ ବିଚାରପତି ବି.ରାମ.ସୁବ୍ରମଣ୍ୟମଙ୍କ ତିନି ସଦସୀୟ ପୀଠ ମଙ୍ଗଳବାର ଶର୍ମାଙ୍କ ଆବେଦନର ଶୁଣାଣି କରିଥିଲେ। ଏଥିରେ ଶର୍ମା ବେଙ୍ଗଲରେ ୮ ପର୍ଯ୍ୟାୟ ଭୋଟ ସାଙ୍ଗକୁ ଜୟଶ୍ରୀରାମ ସ୍ଲୋଗାନ ଉପରେ ମଧ୍ୟ ପ୍ରଶ୍ନ ଛିଡା କରିଥିଲେ। ତେବେ ଖଣ୍ଡପୀଠ ମାମଲାରେ ହାଇକୋର୍ଟଙ୍କୁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଶର୍ମା ସୁପ୍ରିମକୋର୍ଟ ୧୯୭୮ ମସିହାରେ ଦେଇଥିବା ଏକ ରାୟର ଉଦାହରଣ ଦେବାରୁ କୋର୍ଟ ମାମଲାର ଶୁଣାଣି କରିଥିଲେ ଓ ଶର୍ମାଙ୍କୁ ରାୟ ପଢିବାକୁ କହିଥିଲେ।

କୋର୍ଟ ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ରାୟର ସେହି ଅଂଶ ପଢି ଶୁଣେଇବାକୁ କହିଥିଲେ ଯେଉଁଥିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରଚାର ସମୟରେ ଅନୁଚିତ ପ୍ରକ୍ରିୟା ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଣି କରିପାରିବେ ବୋଲି କହିଛନ୍ତି। ତେବେ ଶର୍ମା ଏଥିଲାଗି ମହଲତ ମାଗିବାରୁ କୋର୍ଟ ଏଥିରେ  ରାଜି ହୋଇ ନଥିଲେ ଓ ଗୋଟିଏ ମାମଲାକୁ ବାରମ୍ବାର ଶୁଣାଣି କରିପାରିବେନି ବୋଲି କହିଥିଲେ। ଏଣୁ ସେହି ଅଂଶକୁ ଏବେ କୋର୍ଟରେ ପଢି ଶୁଣାନ୍ତୁ। ତେବେ କୋର୍ଟ ଠିକ ଅଛି କହିବା ସହ ଆମେ ଆପଣଙ୍କ ସହ ସହମତ ହୋଇପାରୁନୁ ଏଣୁ ଆବେଦନକୁ ଅଗ୍ରାହ୍ୟ କରୁଥିବା କହିଥିଲେ।

ତେବେ ବାସ୍ତବରେ ଓକିଲ କୋର୍ଟଙ୍କ ନିର୍ଦ୍ଦେଶରେ ରାୟର ଯେଉଁ ପାରାଗ୍ରାଫ ପାଠ କରିବା କଥା ଭୁଲ ବସତଃ ଅନ୍ୟ ଏକ ପାରା ପଢିବାରେ ଲାଗିଥିଲେ। ଏଣୁ କୋର୍ଟ ମାମଲା ଅଗ୍ରାହ୍ୟ କରିଦେଇଥିବା ବେଳେ ଶର୍ମା ଏ ନେଇ କୋର୍ଟ ରେଜିଷ୍ଟ୍ରାରଙ୍କ ଜରିଆରେ ଖଣ୍ଡପୀଠଙ୍କୁ ଏକ ପତ୍ର ଲେଖିଥିବା ଜଣାଡିଛି। ଏଥିରେ ତାଙ୍କୁ ହାଇକୋର୍ଟରେ ଆବେଦନ କରିବା ଲାଗି ଅନୁମତି ଦେବା ନିମନ୍ତେ ଶର୍ମା ନିବେଦନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.