Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

CAA ଉପରେ ରୋକ ଲାଗିବ ନାହିଁ- ସୁପ୍ରିମକୋର୍ଟ, ଚିଫ୍ ଜଷ୍ଟିସ୍ ଏସ୍. ଏ. ବୋବଡେ ଦେଲେ ଏପରି ମତ…

22/01/2020 at 9:11 PM

ନୂଆଦିଲ୍ଲୀ୨୨/୧: ସିଏଏ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଚିଫ୍ ଜଷ୍ଟିସ୍ ଏସ୍. ଏ. ବୋବଡେ କହିଛନ୍ତି ଏହା ଉପରେ ଏବେ କୌଣସି ଆଦେଶ ଦିଆଯାଇପାରିବ ନାହିଁ। କାରଣ ହୋଇଥିବା ଅନେକ ଆବେଦନ ଉପରେ ଶୁଣିବାକୁ ସମୟ ଲାଗିବ। ତେଣୁ ଏବେ ଏକ ତରଫା ଶୁଣାଣି କରିବା ଠିକ୍  ନୁହେଁ। ବୁଧବାର ଅର୍ଥାତ ଆଜି କୋର୍ଟରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ପକ୍ଷ ରଖିଥିଲେ। କହିଥିଲେ କେନ୍ଦ୍ର ଏକ ପ୍ରାଥମିକ ସତ୍ୟପାଠ ପ୍ରସ୍ତୁତି କରିଛି ।

ଏହି ମାମଲାରେ ପକ୍ଷ ରଖିବା ପାଇଁ ସରକାରଙ୍କୁ ସମୟ ଦେବାର ଆବଶ୍ୟକ ରହିଛି । ଜବାବରେ ଆଇନଜୀବୀ କପିଲ ଶିବଲ କହିଥିଲେ ପୂର୍ବରୁ ୪ ସପ୍ତାହ ଦିଆଯାଇଥିଲା କେନ୍ଦ୍ରକୁ। ତେଣୁ ଏବେ ତୁରନ୍ତ ସିଏଏ ଉପରେ ରୋକ୍  ଲଗାଯାଉ। ଏହାପରେ ସୁପ୍ରିମକୋର୍ଟ କହିଥିଲେ, କେନ୍ଦ୍ରର ପକ୍ଷ ନଶୁଣିବା ଯାଏ ସିଏଏ ଏବଂ ଏନପିଆର ଉପରେ ରୋକ୍ ଲଗାଇ ହେବନି।

 ସେହିଭଳି ହାଇକୋର୍ଟ ଗୁଡିକରେ ଏସଂପର୍କିତ ଜଡିତ କୌଣସି ଶୁଣାଣି ହୋଇପାରିବ ନାହିଁ।  ସିଏଏ ଉପରେ ପରବର୍ତ୍ତି ଶୁଣାଣି ୪ ସପ୍ତାହ ପରେ ହେବ। ୪ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଏ ବାବଦରେ ପକ୍ଷ ରଖିବାକୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ । ଆସାମ, ତ୍ରିପୁରା ପାଇଁ ଅଲଗା ଭାବରେ ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି।

 ତେବେ ଆସାମ ଏବଂ ତ୍ରିପୁରା ପାଇଁ ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନୋଟିସ କରାଯାଇଛି। ସେହିଭଳି ଏହି ମାମଲାର ଶୁଣାଣି ପାଇଁ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବାକୁ ସୁପ୍ରିମକୋର୍ଟ ସ୍ଥିର କରିଛନ୍ତି। ସିଏଏ ଉପରେ ଆସିଥିବା ଆବେଦନକୁ ଅଲଗା ଅଲଗା କ୍ୟାଟାଗୋରୀରେ ବଣ୍ଟା ଯାଇଛି। ଉତ୍ତରପ୍ରଦେଶରେ ସିଏଏ ଲାଗୁ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ତା ଉପରେ ଅଲଗା ଶୁଣାଣି କରିବାକୁ କୋର୍ଟ କହିଛନ୍ତି ।

କୋର୍ଟ ସବୁ ଆବେଦନର ଲିଷ୍ଟ, ଜୋନ୍ ହିସାବରେ ମାଗିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି ପରେ କେନ୍ଦ୍ର ସରକାର ଏକପ୍ରକାର ଆଶ୍ବସ୍ତ ହୋଇଛନ୍ତି। ସିଏଏକୁ ବିରୋଧ କରି କେବଳ ସୁପ୍ରିମକୋର୍ଟରେ ୧୪୪ଟି ପିଟିସନ ଦାୟର କରାଯାଇଥିଲା

   Related Posts