'ତାଣ୍ଡବ'ର ନିର୍ମାତା ଓ କଳାକାରଙ୍କୁ ଆଶ୍ଵସ୍ତି ଦେବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ- ଅସୀମିତ ନୁହେଁ ଅଭିବ୍ୟକ୍ତିର ସ୍ଵାଧୀନତା

Published By : Prameya-News7 Bureau | January 27, 2021 IST

ନୂଆଦିଲ୍ଲୀ ୨୭।୦୧: ସୈଫ ଅଲ୍ଲୀ ଖାନଙ୍କ ଅଭୀନିତ ଓ୍ଵେବ୍‌ ସିରିଜ୍‌ 'ତାଣ୍ଡବ' ଉପରେ ବିବାଦ ଥମିବାର ନାଁ ନେଉନାହିଁ। ବିଭିନ୍ନ ରାଜ୍ୟରେ ଏହି ଓ୍ଵେବ୍ ସିରିଜ୍‌ ବିରୋଧରେ ଧାର୍ମିକ ଭାବନାକୁ ଆଘାତ କରିବା ଓ ଜାତିସୂଚକ ଶବ୍ଦ ପ୍ରୟୋଗ ନେଇ ଏଫଆଇଆର ରୁଜୁ ହୋଇଛି। ବୁଧବାର ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଫିଲ୍ମର କଳାକାରଙ୍କୁ ଏଫଆଇଆରରୁ ଆଶ୍ଵସ୍ତି ଦେବା କିମ୍ବା ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଛନ୍ତି। ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି, ସମ୍ବିଧାନରେ ଦିଆଯାଇଥିବା ଅଭିବ୍ୟକ୍ତିର ସ୍ଵାଧୀନତା ଅସୀମିତ ନୁହେଁ।

ସୁପ୍ରିମକୋର୍ଟରେ 'ତାଣ୍ଡବ'ର ନିର୍ମାତା ଓ କଳାକାରଙ୍କ ତରଫରୁ ଆବେଦନ ଦାଖଲ କରାଯାଇଥିଲା। ଏଥିରେ ସେମାନଙ୍କ ବିରୋଧରେ ରୁଜୁ ମାମଲାରୁ ଆଶ୍ଵସ୍ତି ଦେବା ଏବଂ ଅନ୍ତରୀଣ ଜାମିନ ଦେବାକୁ ଦାବି କରାଯାଇଥିଲା। ଏହି ଆବେଦନ ଉପରେ ଶୁଣାଣି କରି ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ କୌଣସି ପ୍ରକାରର ଆଶ୍ଵସ୍ତି ଦେବାକୁ ମନା କରିବା ସହ ଆବେଦନକାରୀଙ୍କୁ ହାଇକୋର୍ଟରେ ଯାଚିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଓକିଲ ଏସ.ନରିମମ, ମୁକୁଲ ରୋହତଗୀ ଓ ସିଦ୍ଧାର୍ଥ ଲୁଥରା ଯୁକ୍ତି ରଖି କୋର୍ଟରେ ଅର୍ଣ୍ଣବ ଗୋସ୍ଵାମୀଙ୍କ କେସ୍‌ର ଉଦହାରଣ ଦେଇଥିଲେ। ଲୁଥରା କୋର୍ଟକୁ କହିଛନ୍ତି ଯେ, ସିରିଜ୍‌ର ନିର୍ଦ୍ଦେଶକଙ୍କୁ  ଶୋଷଣ କରାଯାଉଛି ଏବଂ କଣ ଏହି ପ୍ରକାର ଦେଶରେ ଅଭିବ୍ୟକ୍ତିର ସ୍ଵାଧୀନତାର ରକ୍ଷା କରାଯିବ। ଏହାରି ଜବାବରେ ଖଣ୍ଡପୀଠ କହିଛନ୍ତି ଯେ, ଅଭିବ୍ୟକ୍ତିର ସ୍ଵାଧୀନତା ଅସୀମିତ ନୁହେଁ ଏବଂ କିଛି ମାମଲାରେ ଏହାକୁ ପ୍ରତିବନ୍ଧ କରାଯାଇ ପାରିବ।

wp:html /wp:html

ଓକିଲ ନରିମମ ନିଜର ଯୁକ୍ତିରେ କହିଛନ୍ତି, ନିର୍ଦ୍ଦେଶକ ବିନା ସର୍ତ୍ତରେ ଲିଖିତ କ୍ଷମା ମାଗିଛନ୍ତି ଏବଂ ବିବାଦୀୟ ଦୃଶ୍ୟକୁ ମଧ୍ୟ ହଟାଇ ଦେଇଛନ୍ତି। ଏହା ସତ୍ତ୍ଵେ ୬ ରାଜ୍ୟରେ ତାଙ୍କ ବିରୋଧରେ ଅନେକ ଏଫଆଇଆର ରୁଜୁ ହୋଇଛି। ଏହାରି  ଜବାବରେ ବିଚାରପତି ଅଶୋକ ଭୂଷଣ କହିଛନ୍ତି, ଯଦି ଆପଣ ଏଫଆଇଆର ଖାରଜ କରିବାକୁ ଚାହୁଁଛନ୍ତି ତେବେ ରାଜ୍ୟଗୁଡିକର ଉଚ୍ଚ ନ୍ୟାୟାଳୟକୁ କଣ ପାଇଁ ଯାଉ ନାହାନ୍ତି।

ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ନମିଳିବାରୁ ଏବେ ଓ୍ଵେବ୍ ସିରିଜ୍‌ର ନିର୍ଦ୍ଦେଶକ ଅଲି ଅବାସ  ଜଫର ସମେତ କଳାକାରଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲିଛି। ସୁପ୍ରିମକୋର୍ଟ ଅଭିନେତା ଜିଶାନ ଅୟୁବ, ଆମାଜନ ପ୍ରାଇମ୍ ଭିଡିଓ(ଇଣ୍ଡିଆ) ଓ ତାଣ୍ଡବର ନିର୍ମାତାଙ୍କୁ ସେମାନଙ୍କ ବିରୋଧରେ ରୁଜୁ ଏଫଆଇଆରରୁ ଆଶ୍ଵସ୍ତି ଦେବାକୁ ମନା କରି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.