କେରଳ ମତ୍ସଜୀବି ଗୁଳିକାଣ୍ଡ ମାମଲା: ଇଟାଲୀୟ ନାବିକଙ୍କ ବିରୋଧରେ ମୋକଦ୍ଦମା ସୁପ୍ରିମକୋର୍ଟରେ ଖାରଜ

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫।୬: ଇଟାଲୀୟ ନାବିକଙ୍କ ଗୁଳିରେ ୨ କେରଳୀ ମତ୍ସ୍ୟଜୀବିଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ଘୋଷଣା କରିଛନ୍ତି। ଏଥିରେ ଇଟାଲୀ ନାବିକଙ୍କ ବିରୋଧରେ ସମସ୍ତ ଅପରାଧୀକ ମାମଲା କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏହା ସହ କୋର୍ଟ ଭାରତରେ ନାବିକଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅନ୍ୟ ଏକ ଆଦେଶରେ ମୃତ ମତ୍ସ୍ୟଜୀବିଙ୍କ ପରିବାରଙ୍କୁ କ୍ଷତିପୂରଣ ବାବଦେ ପ୍ରଦାନ କରାଯାଇଥିବା  ୧୦ କୋଟି ଟଙ୍କା ଭାଗବଣ୍ଟା ଉପରେ ନଜର ରଖିବାକୁ କେରଳ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

{"id":466465,"width":837,"height":587,"sizeSlug":"large","linkDestination":"none"}

ସର୍ବୋଚ୍ଚନ୍ୟାୟାଳୟ ପ୍ରଥମରୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ ଓ ପରେ ଇଟାଲୀ ସରକାର ଏ ବାବଦେ ପ୍ରଦାନ କରିଥିବା କ୍ଷତିପୂରଣକୁ ପର୍ଯ୍ୟାପ୍ତ କହିଛନ୍ତି। ମିଳିଥିବା ମୋଟ କ୍ଷତିପୂରଣରୁ ୨ ମତ୍ସ୍ୟଜୀବିଙ୍କ ପରିବାରର ସଦସ୍ୟଙ୍କୁ ୪ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସେହିପରି ନୌକା ମାଲିକଙ୍କୁ ୨ କୋଟି ଟଙ୍କା କ୍ଷତିପୂରଣ ମିଳିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଏମ.ଆରଶାହାଙ୍କ ଅବକାଶ କାଳୀନ ପୀଠ ଏହି ରାୟ ସହ ଇଟାଲୀୟ ନାବିକଙ୍କ ବିରୋଧରେ ଏତଲା ସମେତ ସମସ୍ତ କାର୍ଯ୍ୟାନୁଷ୍ଠାନ ବାତିଲ କରିଛନ୍ତି। ମାମଲାରେ ଅନ୍ତର୍ଜାତୀୟ ମଧ୍ୟସ୍ଥଙ୍କ ନିଷ୍ପତ୍ତିକୁ ଭାରତ ସରକାର ସ୍ୱୀକାର କରିଥିବା ପୀଠ କହିଛନ୍ତି। ସେହି ଅନୁସାରେ ଇଟାଲୀ ନାବିକ ମାସିମିଲାନୋ ଲାତୋର ଓ ସଲଭାଟୋର ଗିରୋନଙ୍କ ବିରୋଧରେ ପରବର୍ତ୍ତି ଯାଞ୍ଚ ଇଟାଲୀ କରିବ ବୋଲି କହିଛନ୍ତି।

{"id":466466,"sizeSlug":"large","linkDestination":"none"}

ତେବେ ମତ୍ସଜୀବିଙ୍କ ମୃତ୍ୟୁ ଯୋଗୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରିରେ ଜମା ରହିଛି। ଏହି ଟଙ୍କା କେରଳ ଉଚ୍ଚ ନ୍ୟାୟାଳୟଙ୍କୁ ସ୍ଥାନାନ୍ତରଣ ହେବ। କୋର୍ଟ ଏହି ଅର୍ଥକୁ କିଛି ସମୟ ଲାଗି ମୃତ ମତ୍ସ୍ୟଜୀବିଙ୍କ କ୍ଷତିପୂରଣ ବାବାଦ ଅର୍ଥକୁ ଫିକ୍ସ ଡିପୋଜିଟ କରିପାରନ୍ତି। ଏ ବାବଦେ ବ୍ୟାଙ୍କ ଯେଉଁ ସୁଧ ଦେବେ ତାହା ମତ୍ସାଜୀବିଙ୍କ ଉତ୍ତରାଧିକାରୀ ଚାହିଁଲେ ଉଠାଇ ପାରିବେ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.