ନିଶୁଳ୍କ COVID-19 ଚିକିତ୍ସା ନିମନ୍ତେ ଘରୋଇ ହସ୍ପିଟାଲ ଚିହ୍ନଟ ଲାଗି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | May 27, 2020 IST

ନୂଆଦିଲ୍ଲୀ ୨୭।୫:  ନିଶୁଳ୍କ ଅଥବା ମାମୁଲି ଖର୍ଚ୍ଚରେ କୋଭିଡ-୧୯ ଚିକିତ୍ସା ଯୋଗାଇଦେବାକୁ ଘରୋଇ ହସ୍ପିଟାଲ ଚିହ୍ନଟ ଲାଗି ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟବିଚାରପତି ଏସ୍.ଏ.ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଭିଡିଓ କନଫରେନସିଂରେ ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଯେଉଁ ଘରୋଇ ହସ୍ପିଟାଲ ସରକାରୀ ଜମି ଅଥବା ଅନ୍ୟ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି ସେମାନଙ୍କୁ କରୋନା ଆକ୍ରାନ୍ତ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

{"id":276974,"sizeSlug":"large"}

ଏହି ଖଣ୍ଡପୀଠରେ ଜଷ୍ଟିସ୍ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ ହୃଷିକେଶ ରାୟ ଉପସ୍ଥିତ ଥିବା ବେଳେ ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖିଥିଲେ। ଏଥିରେ ଖଣ୍ଡପୀଠ ଯେଉଁ ହସ୍ପିଟାଲ ଓ ଚାରିଟେବଲ ଟ୍ରଷ୍ଟଙ୍କୁ ସ୍ୱାସ୍ଥ୍ୟସେବା ଲାଗି ନିଶୁଳ୍କ ଅଥା ସର୍ବନିମ୍ନ ମୂଲ୍ୟରେ ଜମି ଯୋଗାଇ ଦେଇଛନ୍ତି ସେମାନଙ୍କୁ କରୋନା ଚିକିତ୍ସା ନିଶୁଳ୍କ ଅଥବା ମାମୁଲି ଖର୍ଚ୍ଚରେ କରିବାକୁ ନିର୍ଦ୍ଦେଶ ଦେବା ପାଇଁ କହିଛନ୍ତି। ତେବେ ସୋଲିସିଟର ଜେନେରାଲ ଏହା ଏକ ନୀତିଗତ ପ୍ରସଙ୍ଗ ହୋଇଥିବାରୁ ସରକାର ଏ ନେଇ ନିଷ୍ପତ୍ତି ନେଇ ପାରିବେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି। ତେବେ କୋର୍ଟ ମାମଲାର ଶୁଣାଣି ଆଗାମୀ ସପ୍ତାହକୁ ସ୍ଥଗିତ ରଖିଛନ୍ତି।

{"id":276975,"sizeSlug":"large"}

ଜନୈକ ଅଧିବକ୍ତା ସଚ୍ଚିନ ଜୈନ ଏନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିବା ବେଳେ ସରକାରଙ୍କ ସୁବିଧା ସୁଯୋଗ ନେଇ ସ୍ଥାପିତ ହୋଇଥିବା ଏଭଳି ହସ୍ପିଟାଲମାନେ ରୋଗୀ ସେବାରେ ଶୋଷଣ କରୁଥିବାର ଅଭିଯୋଗ କରିଥିଲେ। ଏଣୁ ଉପୁଜିଥିବା ପରିସ୍ଥିତିରେ ସରକାର କରୋନା ଭାଇରସ ଆକ୍ରାନ୍ତଙ୍କୁ ଏଭଳି ହସ୍ପିଟାଲମାନେ ନିଶୁଳ୍କ ଅଥବା ମାମୁଲି ଖର୍ଚ୍ଚରେ ସେବା ଯୋଗାଇ ଦିଅନ୍ତୁ ବୋଲି ନିର୍ଦ୍ଦେଶ ଦେବା ଜରୁରି ବୋଲି ଦର୍ଶାଇଥିଲେ।

{"id":276976,"width":575,"height":329,"sizeSlug":"large"}

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନକୁ ୨ ଗୁଣା ଓ ରାତିକୁ ୪ ଗୁଣା ହାରରେ ବଢିବାରେ ଲାଗିଛି।  କରୋନା ଯୋଗୁ ଜାତୀୟ ବିପର୍ଯ୍ୟୟ ବେଳେ ଏପରି ହସ୍ପିଟାଲମାନେ କରୋନା ରୋଗୀଙ୍କ ଲାଗି ସେମାନଙ୍କ ଦ୍ୱାର ବନ୍ଦ କରଦେଇଥିବା ଅଥବା ଚିକତ୍ସା ଲାଗି ଅଧିକ ଅର୍ଥ ଦାବି କରୁଥିବା ଜୈନ ଅଭିଯୋଗ କରିଥିଲେ। ସେହିପରି ଗରିବ ଓ ଦୁର୍ବଳ ବର୍ଗର କରୋନା ଆକ୍ରାନ୍ତ ଯେଉଁମାନେ ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ନୁହନ୍ତି ଅଥବା ଅନ୍ତର୍ଭୁକ୍ତ ଥାଇ ମଧ୍ୟ ଚିକିତ୍ସା ବାବଦ ଖର୍ଚ୍ଚ ଅଧିକ ହେଉଛି ସେ କ୍ଷେତ୍ରରେ ସରକାର ବାକି ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ ବୋଲି ପିଟିସନର ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.