Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଲକଡାଉନ୍ କାରଣରୁ ବାତିଲ ବିମାନର ଟିକେଟ୍ ବାବଦ ଦେୟ ଫେରସ୍ତ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

1/10/2020 at 6:33 PM

ନୂଆଦିଲ୍ଲୀ ୧।୧୦: କୋଭିଡ-୧୯ ଲକଡାଉନ୍‌ ଯୋଗୁ ବାତିଲ ବିମାନ ଟିକେଟ୍‌ ବାବଦ ଅର୍ଥ ଏବେ କମ୍ପାନୀମାନଙ୍କୁ ଫେରସ୍ତ କରିବାକୁ ପଡିବ। ଏଥିଲାଗି ସୁପ୍ରିମକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଥିବା ବେଳେ ୩ ସପ୍ତାହ ମଧ୍ୟରେ ଟିକେଟ୍ ବାବଦ ଅର୍ଥ ଫେରସ୍ତ କରିବାକୁ କହିଛନ୍ତି। ଲକଡାଉନର ୨ ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୩ ତାରିଖରୁ ଦେଶରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ହୋଇଯାଇଥିଲା। ଏଥିଲାଗି ପୂର୍ବରୁ ଟିକେଟ୍ କରିଥିବା ଯାତ୍ରୀଙ୍କ ଯାତ୍ରା ପ୍ରଭାବିତ ହୋଇଥିବା ବେଳେ ଟିକେଟ୍‌ ବାବଦେ ସେମାନଙ୍କ  ଅର୍ଥ ମଧ୍ୟ ଫଶି ରହିଛି।

ଯଦି ଲକଡାଉନ ଅବଧିରେ ଯାତ୍ରୀ ଏଜେଣ୍ଟଙ୍କ ଦ୍ୱାରା ବିମାନ ଟିକେଟ୍ କ୍ରୟ କରିଥିଲେ ଏଭଳି ସବୁ ମାମଲାରେ ବିମାନ କମ୍ପାନୀଙ୍କୁ ତତ୍କାଳ ଯାତ୍ରୀଙ୍କ ଟିକେଟ୍ ବାବଦ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରିବାକୁ କହିଛନ୍ତି। ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଆର.ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍ ଏମ.ଆର.ଶାହଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଥିବା ବେଳେ ଯଦି କୌଣସି ବିମାନ କମ୍ପାନୀ ଆର୍ଥିକ ସଂକଟ ଯୋଗୁ ଟିକେଟ୍‌ ବାବଦ ରାଶି ଫେରାଇବାକୁ ସକ୍ଷମ ହେଉ ନାହାନ୍ତି ତେବେ ଯାତ୍ରୀଙ୍କୁ ଟିକେଟ୍‌ ରାଶି ପରିମାଣର କ୍ରେଡିଟ୍ ସେଲ ଦେବେ। ଯାହାକୁ ଯାତ୍ରୀ ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ ଉପଯୋଗ କରିପାରିବେ।

ନ୍ୟାୟାଳୟଙ୍କ ନିଷ୍ପତ୍ତି ଅନୁସାରେ ଯଦି ଯାତ୍ରୀ ଚାହିଁବେ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ କ୍ରେଡିଟ୍ ସେଲକୁ ଯେ କୌଣସି ମାର୍ଗରେ ବ୍ୟବହାର କରିପାରିବେ ଅଥବା ଏଜେଣ୍ଟଙ୍କ ଦ୍ୱାରା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ହସ୍ତାନ୍ତରଣ କରିପାରିବେ, ଯାହାକୁ ଅନ୍ୟ ବିମାନ କମ୍ପାନୀ ସ୍ୱୀକାର କରିବେ। ଏଥିଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଡିଜିସିଏଙ୍କ ଦ୍ୱାରା ଆୟୋଜିତ ବୈଠକରେ ଉପସ୍ଥାପିତ ପରାମର୍ଶ ଓ ଉପାୟ ଅଧିକାଂଶ ହିତାଧିକାରୀ ସ୍ୱୀକାର କରିଛନ୍ତି। ଏଣୁ  ନିଷ୍ପତ୍ତି ସେମାନଙ୍କ ହିତାନୁସାରେ ଲାଗୁ କରାଯିବ।

   Related Posts