Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ଧର୍ମସ୍ଥଳୀରେ ପ୍ରବେଶ, ପରିଷ୍କାର ପରିଚ୍ଛନ୍ନତା ଏବଂ ସମ୍ପତ୍ତି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

22/08/2018 at 11:55 PM

ନୂଆଦିଲ୍ଲୀ ୨୩ /୮: ଧର୍ମସ୍ଥଳୀରେ ପ୍ରବେଶ, ପରିଷ୍କାର ପରିଚ୍ଛନ୍ନତା ଏବଂ ସମ୍ପତ୍ତି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି । ଦେଶର ସମସ୍ତ ମନ୍ଦିର, ମସ୍ଜିଦ, ଚର୍ଚ୍ଚ ସହ ଅନ୍ୟ ଧର୍ମସ୍ଥଳୀ ଏବଂ ଦାତବ୍ୟ ଅନୁଷ୍ଠାନର ଜୁଡିସିଆଲ୍ ଅଡିଟ୍ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବେଶ ଏବଂ ସମ୍ପତ୍ତି ନେଇ ଆସିଥିବା ବିଭିନ୍ନ ଅଭିଯୋଗର ଅନୁଧ୍ୟାନ କରି ହାଇକୋର୍ଟଙ୍କୁ ରିପୋର୍ଟ ଦେବାକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ଅଭିଯୋଗକୁ ହାଇକୋର୍ଟ ଜନସ୍ବାର୍ଥ ମାମଲା ଭାବରେ ବିଚାର କରିବେ । ଧର୍ମସ୍ଥଳୀମାନଙ୍କରେ ଶ୍ରଦ୍ଧାଳୁ ସାମ୍ନା କରୁଥିବା ସମସ୍ୟା, ପରିଚାଳନା ତ୍ରୁଟି, ସ୍ବଚ୍ଛତା ଏବଂ ମିଳୁଥିବା ଦାନ-ଦକ୍ଷିଣାର ଉପଯୋଗ କେବଳ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ପ୍ରସଙ୍ଗ ନୁହେଁ, ଏସବୁ କୋର୍ଟ ପାଇଁ ମଧ୍ୟ ଏକ ପ୍ରସଙ୍ଗ ବୋଲି ଜଷ୍ଟିସ ଆଦର୍ଶ କେ. ଗୋଏଲ ଏବଂ ଏସ୍ ଅବଦୁଲ ନଜିରଙ୍କ ଖଣ୍ଡପୀଠ କହିଛନ୍ତି । ଦେଶରେ ପ୍ରାୟ ୨୦ଲକ୍ଷ ପ୍ରମୁଖ ମନ୍ଦିର, ୩ଲକ୍ଷ ମସଜିଦ୍, ହଜାର ହଜାର ଚର୍ଚ୍ଚ ରହିଛି । ଏସବୁ ଉପରେ ହଜାର ହଜାର ମାମଲା କୋର୍ଟରେ ପଡି ରହିଛି । ଶ୍ରୀମନ୍ଦିର ପରିଚାଳନା ନେଇ ହୋଇଥିବା ପିଆଇଏଲ୍ ଉପରେ ସୁପ୍ରିମକୋର୍ଟରେ ବିଚାର ଚାଲିଛି । ଯାହା ଅନ୍ୟ ଧର୍ମସ୍ଥଳୀର ତ୍ରୁଟିବିଚ୍ୟୁତି ନେଇ କୋର୍ଟଙ୍କ ଦ୍ବାରସ୍ଥ ହେବା ଲାଗି ବାଟ ଫିଟାଇଛି । ଧର୍ମସ୍ଥଳୀରେ ପ୍ରବେଶ ଏବଂ ପରିଚାଳନା ତ୍ରୁଟି ନେଇ ଯେକୌଣସି ବ୍ୟକ୍ତି ଜିଲ୍ଲା ଜଜ୍କୁ ଅଭିଯୋଗ କରିପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ମନ୍ଦିର ପ୍ରଶାସନ ବିଚାର କରିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସମସ୍ତ ପକ୍ଷଧାରୀଙ୍କ ମତାମତ ନେଇ ରିପୋର୍ଟ ଦେବାକୁ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କୁ ସୁପ୍ରିମକୋର୍ଟ କହିଛନ୍ତି । ଶ୍ରୀମନ୍ଦିର ଭିତରେ କୌଣସି ସେବକ ଦାନ-ଦକ୍ଷିଣା ଗ୍ରହଣ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ ନଜର ରଖିବା ଲାଗି ମନ୍ଦିର ଭିତରେ ସିସିଟିଭି ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଶ୍ରୀମନ୍ଦିର ସମ୍ପତି ହିସାବ କରିବା ଲାଗି ମଧ୍ୟ ପିଆଇଏଲ୍ ହୋଇଛି । ଏହି ସମୟରେ ସୁପ୍ରିମକୋର୍ଟଙ୍କ ଏବେକାର ନିର୍ଦ୍ଦେଶ ବେଶ ଗୁରୁତ୍ୱପୂର୍ଣ୍ଣ ।

   Related Posts