Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଅକ୍ଟୋବର ୫ରେ ବିଜୟ ମାଲ୍ୟାଙ୍କ କୋର୍ଟରେ ହାଜର ଲାଗି ବ୍ୟବସ୍ଥା କରନ୍ତୁ ଗୃହମନ୍ତ୍ରାଳୟ: ସୁପ୍ରିମକୋର୍ଟ

31/08/2020 at 9:11 PM

ନୂଆଦିଲ୍ଲୀ ୩୧।୮: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଅକ୍ଟୋବର ୫ ତାରିଖ ଦିନ ହାଜର ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ମାଲ୍ୟାଙ୍କ କୋର୍ଟରେ ହାଜିରା ଲାଗି କେନ୍ଦ୍ର ଗୃହମନ୍ତ୍ରାଳୟଙ୍କୁ ଆବଶ୍ୟକ ଜରୁରି ବ୍ୟବସ୍ଥା ଲାଗି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ୧୪ ଜୁଲାଇ ୨୦୧୭ରେ ବିଜୟ ମାଲ୍ୟା କରିଥିବା ପୁନର୍ବିଚାର ଆବେଦନକୁ ଅଗ୍ରାହ୍ୟ କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆଦେଶରେ କୋର୍ଟ ବିଜୟ ମାଲ୍ୟାଙ୍କୁ ଅଦାଲତ ଅବମାନନା ଦୋଷୀ କରିଛନ୍ତି। କୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ମାଲ୍ୟା ଏପର୍ଯ୍ୟନ୍ତ ବ୍ୟାଙ୍କମାନଙ୍କର ୯ହଜାର କୋଟି ଟଙ୍କା ଚୁକ୍ତା କରିନାହାନ୍ତି। ଏଣୁ କୋର୍ଟ ତାଙ୍କୁ ୫ ଅକ୍ଟୋବର ଅପରାହ୍ନ ୨ଟାରେ ହାଜର ହେବା ଲାଗି ସମନ୍ ଜାରି କରିଛନ୍ତି। ଏହା ସହ କୋର୍ଟ ଗୃହମନ୍ତ୍ରାଳୟଙ୍କୁ ବିଜୟ ମାଲ୍ୟାଙ୍କ ହାଜିର ସୁନିଶ୍ଚିତ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶର ଏକ ନକଲ କେନ୍ଦ୍ର ଗୃହମନ୍ତ୍ରାଳୟଙ୍କୁ ପଠାଇ ଦିଆଯାଇଛି।

ସୁପ୍ରିମକୋର୍ଟ ତାଙ୍କ ଗତ ଆଦେଶରେ କହିଥିଲେ ଯେ ବିଜୟ ମାଲ୍ୟାଙ୍କୁ ନେଇ କୈଣସି ନିଷ୍ପତ୍ତି ସେତେବେଳେ ହୋଇପାରିବ ଯେତେବେଳେ ଭାରତ ସରକାର ତାଙ୍କୁ ପ୍ରତ୍ୟାର୍ପିତ କରି ଦେଶକୁ ଆଣି ପାରିବେ ଓ ତାଙ୍କୁ କୋର୍ଟରେ ହାଜର କରିପାରିବେ। ପ୍ରତ୍ୟାର୍ପଣ ବିରୋଧରେ ମାଲ୍ୟାଙ୍କ ନିବେଦନ ବ୍ରିଟେନ କୋର୍ଟରେ ଅଗ୍ରାହ୍ୟ ହୋଇ ସାରିଛି। ଏଣୁ ତାଙ୍କୁ ଏବେ ଭାରତ ଅଣାଯାଇ ପାରିବ ବୋଲି ଆଶା କରାଯାଉଛି।

   Related Posts