ଟ୍ରେନ ଲେଟ୍-ଫ୍ଲାଇଟ୍ ଫେଲ୍: ଯାତ୍ରୀଙ୍କୁ ୩୦ ହଜାର କ୍ଷତିପୂରଣ ଦେବା ଲାଗି ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ ୮।୯: ଟ୍ରେନ ବିଳମ୍ବ ଲାଗି ସୁପ୍ରିମକୋର୍ଟ ରେଳବାଇଙ୍କୁ କ୍ଷତିପୂରଣ ଦେବାକୁ କହିଛନ୍ତି। ଭାରତୀୟ ରେଳଙ୍କ ଦୀର୍ଘ ଇତିହାସରେ ଏହା ପ୍ରଥମ ଘଟଣା। ଟ୍ରେନ ବିଳମ୍ବ କାରଣରୁ ଜମ୍ମୁରୁ ଶ୍ରୀନଗର ଯାଉଥିବା ଜନୈକ ବ୍ୟକ୍ତିଙ୍କ ବିମାନ ଚାଲିଯାଇଥିଲା। ଏଣୁ ଫ୍ଲାଇଟ୍ ଫେଲ ହେବା କାରଣରୁ ସମ୍ପୃକ୍ତ ବ୍ୟକ୍ତି ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ରେଳବାଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜମେର-ଜମ୍ମୁ ଏକ୍ସପ୍ରେସ ୪ ଘଣ୍ଟା ବିଳମ୍ବରେ ପହଞ୍ଚିବା ଯୋଗୁ ବ୍ୟକ୍ତି ନିୟମିତ ସମୟରେ ବିମାନ ବନ୍ଦରରେ ପହଞ୍ଚି ପାରିନଥିଲେ। ଏ ନେଇ ସେ ଉପଭୋକ୍ତା ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ରାୟ ତାଙ୍କ ସପକ୍ଷରେ ଯାଇଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଜଷ୍ଟିସ ଏମ.ଆର.ଶାହ ଓ ଜଷ୍ଟିସ୍‌ ଅନିଋଦ୍ଧ ବୋଷଙ୍କ ପୀଠ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବା ଦରକାର ବୋଲି କହିଛନ୍ତି। ଏଣୁ ମାମଲାରେ ଉପଭୋକ୍ତା କୋର୍ଟ ଓ ଜାତୀୟ କଞ୍ଜ୍ୟୁମର ଫୋରମଙ୍କ ଆଦେଶକୁ କାୟମ ରଖିଥିବା ବେଳେ ୩୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

{"id":508323,"sizeSlug":"full","linkDestination":"none"}

୧୧ ଜୁନ ୨୦୧୬ର ଏହି ମାମଲାରେ ଖଣ୍ଡପୀଠ କହିଛନ୍ତି ଯେ ଟ୍ରେନ ଗନ୍ତବ୍ୟରେ କାହିଁକି ବିଳମ୍ବରେ ପହଞ୍ଚିଲା ରେଳବାଇ ଏହାର ଜବାବ ଦେଇ ପାରୁ ନାହାନ୍ତି। ଏଥି ଯୋଗୁ ହନ୍ତସନ୍ତ ଯାତ୍ରୀ ଅଭିଯୋଗ କରିଥିବାରୁ ସେ କ୍ଷତିପୂରଣ ଲାଗି ହକଦାର ବୋଲି କୋର୍ଟ କହିଛନ୍ତି।  ଉଲ୍ଲେଖ ଯୋଗ୍ୟଯେ ସଞ୍ଜୟ ଶୁକ୍ଳା ସପରିବାର ଟ୍ରେନରେ ଯାତ୍ରା କରୁଥିଲେ ସେମାନେ ମଧ୍ୟାହ୍ନ ୧୨ଟା ବେଳେ ଜମ୍ମୁରୁ ବିମାନ ଯୋଗେ ଶ୍ରୀନଗର ପ୍ରସ୍ଥାନ କରିଥାନ୍ତେ। ତେବେ ସେମାନେ ଯାତ୍ରା କରୁଥିବା ଟ୍ରେନ୍‌ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ଏଣୁ ଶୁକ୍ଳା ପରିବାର ବିମାନ ବନ୍ଦର ପହଞ୍ଚିବା ବେଳେକୁ ସେମାନଙ୍କ ଫ୍ଲାଇଟ୍‌ ଅନେକ ପୂର୍ବରୁ ଉଡି ସାରିଥିଲା।

ବିମାନ ଚାଲିଯାଇଥିବାରୁ ଜମ୍ମୁରୁ ପରିବାର ସହ ଶୁକ୍ଲା ଟ୍ୟାକ୍ସି କରି ଶ୍ରୀନଗରରେ ପହଞ୍ଚିଥିଲେ। ଏଥିଲାଗି ତାଙ୍କୁ ଟ୍ୟାକ୍ସି ଭଡ଼ା ବାବଦେ ୧୫ ହଜାର ଟଙ୍କା ପୈଠ କରିବାକୁ ପଡିଥିଲା। ସେପଟେ ବିମାନ ଯାତ୍ରା ଲାଗି କରିଥିବା ଟିକେଟ୍ ବାବଦ ଅର୍ଥ ମଧ୍ୟ ତାଙ୍କର ପାଣିରେ ପଡିଥିଲା। ଏଣୁ ସେ ଅଲୱର କଞ୍ଜ୍ୟୁମର ଫୋରମରେ ରେଳବାଇଙ୍କଠାରୁ କ୍ଷତିପୂରଣ ଦାବି କରିଥିଲେ। ମାମଲାର ଶୁଣାଣି କରି ଫୋରମ ୩୦ ହଜାର ଟଙ୍କା କ୍ଷତିପୂରଣ ଦେବା ଲାଗି ରେଳବାଇଙ୍କୁ ନିର୍ଦ୍ଦେଶ ଦେଇଥିଲେ।

{"id":508331,"width":841,"height":415,"sizeSlug":"full","linkDestination":"none"}

ତେବେ ଏହା ପୂର୍ବରୁ ଜାତୀୟ ଉପଭୋକ୍ତା ନିବାରଣ ଆୟୋଗ (ଏନସିଡିଆରସି)ଙ୍କ ଏକ ଆଦେଶ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏକ ଆବେଦନରେ ତାଙ୍କର ବୟାନ ଜାରି କରିଥିଲେ। ଯେଉଁଥିରେ ଟ୍ରେନ ବିଳମ୍ବ ଯୋଗୁ ବିମାନଯାତ୍ରାରୁ ବଞ୍ଚିତ ହୋଇଥିବା ଯାତ୍ରୀଙ୍କୁ ୪୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.