Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କରୋନା ମୃତ୍ୟୁକୁ କୁହାଯାଇପାରିବନି ଚିକିତ୍ସା ଅବହେଳା, ସୁପ୍ରିମକୋର୍ଟ କହିଲେ ଦେଇପାରିବେନି କ୍ଷତିପୂରଣ ଆଦେଶ

8/09/2021 at 4:52 PM

ନୂଆଦିଲ୍ଲୀ ୮।୯: ସୁପ୍ରିମକୋର୍ଟ ବୁଧବାର କହିଛନ୍ତି ଯେ ଦେଶର କୋର୍ଟମାନେ ବୈଶ୍ୱିକ ମହାମାରୀରେ ହୋଇଥିବା ସବୁ ମୃତ୍ୟୁ ଚିକିତ୍ସକୀୟ ଅବହେଳା କାରଣରୁ ବୋଲି ମାନି ପାରିବେନି।  ଏଣୁ ମୃତକଙ୍କ ପରିଜନ ଚିକିତ୍ସା ଅବହେଳା ଲାଗି କରିଥିବା କ୍ଷତିପୂରଣ ଦାବି ସମ୍ପର୍କିତ ଆବେଦନକୁ କୋର୍ଟ ବିଚାର ଲାଗି ଅଗ୍ରାହ୍ୟ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ୍ ହୀମା କୋହଲୀଙ୍କ ପୀଠ ଆବେଦନକାରୀ ଦୀପକ ରାଜ ସିଂହଙ୍କୁ ନିଜର ପରାମର୍ଶ ସହ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ କହିଛନ୍ତି।

କୋଭିଡ-୧୯ରେ ହୋଇଥିବା ମୃତ୍ୟୁ ଚିକିତ୍ସକୀୟ ଅବହେଳା ବୋଲି ମାନିବା ବହୁତ ଅଧିକ ହୋଇଯିବ ବୋଲି ପୀଠ କହିଛନ୍ତି। ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ଏଥିରୁ କେହି ଚିକିତ୍ସା ଅବହେଳା କାରଣରୁ ପ୍ରାଣ ହରାଇଥିବ ତାହା କଳ୍ପନା ମଧ୍ୟ କରାଯାଇ ନପାରେ। ଏଣୁ ନ୍ୟାୟାଳୟ ଏହି ଆକଳନରେ ଚାଲିପାରିବେନି ବୋଲି ମଧ୍ୟ ସଫା ସଫା ଶୁଣାଇ ଦେଇଛନ୍ତି। ପ୍ରସଙ୍ଗରେ ସୁପ୍ରିମକୋର୍ଟ ୩୦ ଜୁନରେ ଦେଇଥିବା ତାଙ୍କ ଆଦେଶର ଉଦାହରଣ ମଧ୍ୟ ଦେଇଛନ୍ତି।

ଏହି ଆଦେଶରେ କୋର୍ଟ ଜାତୀୟ ବିପର୍ଯ୍ୟୟ ପ୍ରସମନ ପ୍ରାଧିକରଣ (ଏନଡିଏମଏ)ଙ୍କୁ କୋଭିଡ-୧୯ ଯୋଗୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଜନଙ୍କୁ ଅନୁଗ୍ରହ ସହାୟତା ରାଶି ନିମନ୍ତେ ୬ ସପ୍ତାହ ମଧ୍ୟରେ ଉଚିତ ଗାଇଡଲାଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାନବିକତା ଦୃଷ୍ଟିକୋଣରୁ କୋର୍ଟ ଏହି ଆଦେଶ ଦେଇଥିଲେ। ଏ ବାବଦେ ସରକାର ଏକ ନୀତି ଆଣିବେ। ଯଦି ଏହି ନୀତି କାର୍ଯ୍ୟକାରୀ କରିବାରେ କୌଣସି ପରାମର୍ଶ ଥାଏ ତେବେ ଆପଣ ଉପଯୁକ୍ତ ଅଧିକାରୀଙ୍କୁ ଭେଟି ପାରନ୍ତି ବୋଲି କୋର୍ଟ କହିଛନ୍ତି।    

   Related Posts