ବାର ଗାର୍ଲଙ୍କ ପାଇଁ ଟଙ୍କା ଉଡ଼ାଉଥିବା ୪୭ଜଣଙ୍କୁ ଅଦାଲତ କଣ ଦଣ୍ଡ ଦେଲେ ଜାଣନ୍ତୁ

Published By : Prameya-News7 Bureau | March 25, 2019 IST

ମୁମ୍ବାଇ ୨୫/୩: ବାରରେ ନାଚୁଥିବା ବାରଗାର୍ଲଙ୍କ ଉପରେ ଟଙ୍କା ଉଡ଼ାଉଥିବା ଲୋକଙ୍କ ବିରୋଧରେ ମୁମ୍ବାଇର ହଲିଡେ କୋର୍ଟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋର୍ଟ ଗତକାଲି ବାର୍ ଗାର୍ଲଙ୍କ ଉପରେ ଟଙ୍କା ଉଡ଼ାଉଥିବା ୪୭ଜଣ ଲୋକଙ୍କୁ ଗିରଫ କରିବା ଲାଗି ଆଦେଶ ଦେଇଛି। କୋର୍ଟର ଆଦେଶ ପରେ ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କୋର୍ଟ ଏମାନଙ୍କ ଜାମିନ ପାଇଁ ସର୍ତ୍ତ ରଖିଛି ଯେ ସେମାନେ ବଦଲାପୁର ସ୍ଥିତ ଏକ ଅନାଥାଶ୍ରମରେ ୩ହଜାର ଟଙ୍କା ଲେଖାଏଁ ଦାନ କରିବେ। ସାମାନ୍ୟ ଘଟଣାରେ କୋର୍ଟ ଯେତେବେଳେ କାହାକୁ ଜାମିନ ଦେଇଥାଏ ସେତେବେଳେ ଅଭିଯୁକ୍ତକୁ ଜୋରିମାନା ଦେବାକୁ ପଡ଼ିଥାଏ। ଏହି ଟଙ୍କା ସରକାରୀ ପାଣ୍ଠିକୁ ଯାଇଥାଏ। କିନ୍ତୁ ଏହି ମାମଲାରେ କୋର୍ଟ ଏହି ଜୋରିମାନାକୁ ଅନାଥାଶ୍ରମକୁ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି।

ମାର୍ଚ୍ଚ ୨୩ତାରିଖ ରାତିରେ ଇଣ୍ଡିଆନା ବାର୍ ଏବଂ ରେଷ୍ଟୁରାଣ୍ଟରେ ପୋଲିସ୍ ଚଢ଼ଉ କରି ୪୭ଜଣ ଲୋକଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତଙ୍କୁ ମାଜିଷ୍ଟେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ ଅଭିଯୁକ୍ତଙ୍କୁ ଏପରି ଦଣ୍ଡ ଦେବାକୁ ଚାହୁଁଥିଲେ ଯେପରି ଏମାନେ ଆଉ ଜୀବନରେ କେବେ ସେହି ଭୁଲ୍ କରିବେ ନାହିଁ। ମାଜିଷ୍ଟ୍ରେଟ କହିଛନ୍ତି ଅଭିଯୁକ୍ତଙ୍କୁ ଅତି କମରେ ଗୋଟିଏ ଦିନ ଜେଲରେ ରହିବାକୁ ପଡ଼ିବ ଯାହା ଫଳରେ ଏମାନଙ୍କୁ ନିଜ ଭୁଲର ପଶ୍ଚାତାପ ହେବ।

ଏହି ଘଟଣାରେ କେତେକ ବାରର ମ୍ୟାନେଜର, କର୍ମଚାରୀ ଏବଂ ଗ୍ରାହକ ସମ୍ପୃକ୍ତ ଥିଲେ। ଅଭିଯୁକ୍ତମାନେ କେବଳ ମହାରାଷ୍ଟ୍ରର ନଥିଲେ ବରଂ ଗୁଜୁରାଟ ଏବଂ ମଧ୍ୟ ପ୍ରଦେଶରୁ ମଧ୍ୟ ଆସିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.