ସିବିଆଇ ଅଧିକାରୀ ନାଗେଶ୍ୱର ରାଓଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
7/02/2019 at 4:07 PM

ଦିଲ୍ଲୀ ୭/୨ : ମୁଜାଫରପୁର ସେଲଟର ହୋମ ମାମଲାର ଯାଞ୍ଚ କରୁଥିବା ସିବିଆଇ ଅଧିକାରୀ ଏ.କେ.ଶର୍ମାଙ୍କ କୋର୍ଟଙ୍କ ବିନା ଅନୁମତିରେ ବଦଳି କରିଥିବା ସିବିଆଇ ଅଧିକାରୀ ଏମ.ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟ ଅବମାନନା ନୋଟିସ ଜାରି କରିଛନ୍ତି | ନାଗେଶ୍ୱର ରାଓଙ୍କ ଛଡା ସିବିଆଇ ଅଧିକାରୀ ଭାଷୁରନଙ୍କୁ ମଧ୍ୟ ଅବମାନନା ନୋଟିସ ଜାରି କରିଛନ୍ତି | କୋର୍ଟ କହିଛନ୍ତି ଯେ, ଏହି ଦୁଇଜଣଙ୍କୁ ଭଗବାନ ହିଁ ରକ୍ଷା କରିପାରିବେ | ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏମାନେ ଦେଶଏଅ ସର୍ବୋଚ୍ଚ ନ୍ୟାୟାଳୟ ସହିତ ଖେଳ ଖେଳିଛନ୍ତି | ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ, ନାଗେଶ୍ୱର ରାଓ ଏବଂ ଭାଷୁରନ କୋର୍ଟଙ୍କ ଆଦେଶକୁ ଅବମାନନା କରିଛନ୍ତି |
Related Posts
ମାଘ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଟ୍ରମ୍ପ ଓ ହିଟଲର ବାବା
23 January 2021