ଶାହିନବାଗ୍ ଆନ୍ଦୋଳନକାରୀଙ୍କ ସହ ସୁପ୍ରିମକୋର୍ଟ ବାର୍ତ୍ତାକାରଙ୍କ ତୃତୀୟ ପର୍ଯ୍ୟାୟ ଆଲୋଚନା ବିଫଳ

Published By : Prameya-News7 Bureau | February 21, 2020 IST

ନୂଆଦିଲ୍ଲୀ ୨୧।୨:  ଦିଲ୍ଲୀ ଶାହିନ ବାଗ୍ ଆନ୍ଦୋଳନକାରୀଙ୍କ ସହ ସୁପ୍ରିମକୋର୍ଟ ବାର୍ତ୍ତାକାରଙ୍କ ଶୁକ୍ରବାର ତୃତୀୟ ପର୍ଯ୍ୟାୟ  ଆଲୋଚନା ମଧ୍ୟ ବିଫଳ ହୋଇଛି। ଲଗାତାର ତୃତୀୟ ଦିନ ସୁପ୍ରିମକୋର୍ଟଙ୍କ ୨ ପ୍ରତିନିଧି ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଗଣମାଧ୍ୟମ ଉପସ୍ଥିତିରେ ଆରମ୍ଭ ହୋଇଥିବା ଆଲୋଚନା ବେଳେ କିଛି ଲୋକ ଅଚାନକ ହୋହଲ୍ଲା କରିବାରୁ ୨ ବାର୍ତ୍ତାକାର ଆଲୋଚନା ଅଧାରେ ରଖି ସେଠାରୁ ଫେରିଆସିଛନ୍ତି।

{"id":227350,"width":577,"height":323,"sizeSlug":"large"}

ଶୁକ୍ରବାର ଆଲୋଚନା ବେଳେ ବାର୍ତ୍ତାକାର ତଥା ବରିଷ୍ଠ ଆଇନଜୀବୀ ସ଼ଞ୍ଜୟ ହେଗଡେ ସେମାନେ ଏଠାକୁ ସରକାରଙ୍କ ପରାମର୍ଶରେ ନୁହେଁ ସୁପ୍ରିମକୋର୍ଟଙ୍କ ପରାମର୍ଶରେ ଆସିଥିବା ଆନ୍ଦୋଳନକାରୀଙ୍କୁ  ବୁଝାଇଥିଲେ। ଏଣୁ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ ବୋଲି ନିବେଦନ କରିଥିଲେ। ସେହିପରି ଆଇନଜୀବୀ ସାଧନା ରାମଚନ୍ଦ୍ରନ ମଧ୍ୟ ଲୋକଙ୍କୁ ନିଜ ନିଷ୍ପତ୍ତି ନିଜେ କରିବାକୁ କହିଥିଲେ। କାହା ଭରସାରେ ଏପରି ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି କହିଥିଲେ। କୋର୍ଟ ଲୋକଙ୍କ ମୌଳିକ ଅଧିକାର ଛଡାଇବାକୁ ଚାହାନ୍ତିନି କିନ୍ତୁ ଲୋକେ ସେମାନଙ୍କର ଆନ୍ଦୋଳନର ସ୍ଥଳ ପରିବର୍ତ୍ତନ କରନ୍ତୁ ବୋଲି ଚାହାନ୍ତି କହିଥିଲେ।

{"id":227351,"sizeSlug":"large"}

ତେବେ କିଛି ଆନ୍ଦୋଳନକାରୀ ସିଏଏ, ଏନଆରସି ଓ ଏନପିଆର ଆଗ ପ୍ରତ୍ୟାହାର ହେଉ ବୋଲି ଜିଦରେ ଅଡି ଯାଇଥିଲେ। ହେଲେ ଏ ନେଇ ସେମାନେ କିଛି ପ୍ରତିଶ୍ରୁତି ଦେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ବାର୍ତ୍ତାକାରମାନେ କହିବାରୁ ଲୋକେ ହଟ୍ଟଗୋଳ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏଥିରେ ସୁପ୍ରିମକୋର୍ଟଙ୍କ ୨ ପ୍ରତିନିଧି ଆଲୋଚନା ଅଧାରେ ଛାଡି ଘଟଣାସ୍ଥଳରୁ ଚାଲିଯାଇଥିବା ବେଳେ କିଛି ଆନ୍ଦୋଳନକାରୀ ମହିଳା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଠାରେ କିଛି ଲୋକ ଠିକରେ କଥାବାର୍ତ୍ତା ବି କରାଇ ଦେଉନଥିବା ଅଭିଯୋଗ କରିଛନ୍ତି। ତେବେ ଫେବୃଆରୀ ୨୪ରେ କୋର୍ଟଙ୍କୁ ବାର୍ତ୍ତାକାର ସେମାନଙ୍କ ରିପୋର୍ଟ ଦେବେ ବୋଲି ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.