Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଜଜ୍‌ କହିଲେ- ହେ ଭଗବାନ ! ଶୀଘ୍ର ସମସ୍ତଙ୍କ ଟିକାକରଣ ହୋଇଯାଉ, ପୂର୍ବ ପରି ଦେଖାଯାଉ ସୁପ୍ରିମକୋର୍ଟ

1/06/2021 at 9:09 PM

ନୂଆଦିଲ୍ଲୀ ୧/୬: ଦେଶରେ କରୋନା ସଂକ୍ରମଣ ଗତିରେ ବ୍ରେକ୍‌ ଲାଗିଛି। କିନ୍ତୁ ଟିକାକରଣର ଧିମା ଗତିକୁ ନେଇ କେବଳ ସରକାର ଚିନ୍ତାରେ ନାହାନ୍ତି ବରଂ ସୁପ୍ରିମକୋର୍ଟର ଜଜ୍ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ସେଥିପାଇଁ ସୁପ୍ରିମୋର୍ଟର ଜଣେ ବରିଷ୍ଠ ଜଜ୍‌ ଭଗବାନଙ୍କୁ ପ୍ରାର୍ଥନା କରିବା ସହ କହିଛନ୍ତି ଶୀଘ୍ର ସମସ୍ତଙ୍କର ଟିକାକରଣ ହୋଇଯାଉ। ଯାହାଫଳରେ ସୁପ୍ରିମକୋର୍ଟରେ ପୂର୍ବ ଭଳି ଶୁଣାଣି ପ୍ରକ୍ରିୟା ହୋଇପାରିବ । ପୂର୍ବ ଭଳି ମାମଲାର ଶୁଣାଣି ସମୟରେ ସମସ୍ତେ ଉପସ୍ଥିତ ରହିପାରନ୍ତୁ ବୋଲି ଜଜ୍‌ କହିଛନ୍ତି।

ଏକ ଜାମିନ ଆବେଦନ ଉପରେ ଶୁଣାଣି କରୁଥିବା ବେଳେ  ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି ପ୍ରାର୍ଥନା କରୁଛି ଆଗାମୀ ଥର ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହିଁ ହେଉ । କାରଣ ସବୁ ଲୋକ ସାମ୍ନାରେ ଛିଡ଼ା ହୋଇପାରନ୍ତୁ। ମାର୍ଚ୍ଚ ୨୦୨୦ରୁ ହିଁ ସୁପ୍ରିମକୋର୍ଟରେ ଭର୍ଚୁଆଲ ମାଧ୍ୟମରେ ଶୁଣାଣି ହେଉଛି। ଅନ୍ୟ ଏକ ମାମଲାରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ କୋଭିଡ ସଂକ୍ରମଣ ସମୟରେ ନିଜର ଆଇସୋଲେସନ୍‌ ନେଇ ଅନୁଭବ ସେୟାର କରିଥିଲେ।

ସେ କହିଥିଲେ, ୧୮ ଦିନ ପର୍ଯ୍ୟନ୍ତ ଆଇସୋଲେସନ୍‌ରେ ରହିଥିଲି । ସେ ଏବଂ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଥିଲେ। ନିଜର ସମୟ ବିତାଇବାକୁ ସେ ବହିର ସାହାରା ନେଇଥିଲେ ବୋଲି କହିଥିଲେ। ଏହି ସମୟରେ ଜଷ୍ଟିସ୍‌ ଏମଆର ଶାହା ତାଙ୍କୁ ସର୍ବଦା ଦୁଇଟି ମାସ୍କ ବ୍ୟବହାର କରିବାକୁ ନେଇ କହିଥିଲେ। ଭ୍ୟାକ୍ସିନେସନ୍‌ ପଲିସିକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥବା ଜଜମାନଙ୍କ ମଧ୍ୟରେ ଅନ୍ୟତମ ଜଷ୍ଟିସ୍‌ ଚନ୍ଦ୍ରଚୂଡ ।  

   Related Posts