Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଶୁଣାଣି : ଏଏସଆଇ ରିପୋର୍ଟ ଅନୁସାରେ ଗମ୍ବୁଜ ତଳେ ରହିଛି ମନ୍ଦିର- ସିଜେଆଇ

9/11/2019 at 10:36 AM

ନୂଆଦିଲ୍ଲୀ ୯।୧୧: ଅଯୋଧ୍ୟା ମାମଲାରେ ସୁୁୁୁପ୍ରିମକୋର୍ଟଙ୍କ ରାୟ । ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ମାମଲାରେ ଆଜି ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।

ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ନିର୍ମୋହି ଆଖଡାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ନିର୍ମୋହି ଆଖଡାର ସେବାୟତ ଅଧିକାର ନାହିଁ । ଖାଲି ଜାଗାରେ ନିର୍ମାଣ ହୋଇନଥିଲା ବାବ୍ରି ମସଜିଦ୍ । ରିପୋର୍ଟରେ ମନ୍ଦିର କଥା ଉଲ୍ଲେଖ କରିଛନ୍ତି ଏଏସଆଇ ।

ଏଏସଆଇ ରିପୋର୍ଟରେ ମସଜିଦ କଥା ଉଲ୍ଲେଖ ନାହିଁ । ଆସ୍ଥା ଓ ବିଶ୍ବାସକୁ ନେଇ କୌଣସି ବିବାଦ ହେବା ଉଚିତ୍ ନୁହେଁ । ଏଏସଆଇ ରିପୋର୍ଟ ଅନୁଯାୟୀ ଦ୍ବାଦଶ ଶତାଦ୍ବୀରେ ମନ୍ଦିର ପ୍ରତିଷ୍ଠା । ରିପୋର୍ଟ ଅନୁସାରେ ଗମ୍ବୁଜ ତଳେ ରହିଛି ମନ୍ଦିର । ଦ୍ବାଦଶ ଓ ଷୋଡଶ ଶତାଦ୍ବୀରେ ଏଠାରେ କଣ ଥିଲା ପ୍ରମାଣ ନାହିଁ ।

ଜମି ଉପରେ ମୁସଲିମଙ୍କର ବିଶେଷ ଅଧିକାରୀ ନାହିଁ । ଗର୍ଭ ଗୃହରେ ପୂଜା କରୁଥିଲେ ହିନ୍ଦୁ । ୧୮୫୭ ପୂର୍ବରୁ ପୂଜା କରୁଥିଲେ ହିନ୍ଦୁ । ଇଂଗ୍ରେସ ଶାସନ କାଳରେ ନମାଜ ପାଠର ପ୍ରମାଣ ନାହିଁ ।

ରାମ ଲାଲାଙ୍କ ଦାବିକୁ ଗ୍ରହଣ କଲେ ସୁପ୍ରିମକୋର୍ଟ । ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ରାମ ଜନ୍ମଭୂମି ନ୍ୟାସକୁ ମିଳିଛି ବିବାଦୀୟ ଜମି ଅଧିକାର । ମନ୍ଦିର ନିର୍ମାଣ ପୂର୍ବରୁ ଟ୍ରଷ୍ଟ ବନାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

   Related Posts