Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିନା ଭକ୍ତରେ ଘୋଷଯାତ୍ରା ପାଇଁ କେନ୍ଦ୍ରର ସମର୍ଥନ

22/06/2020 at 11:46 AM

ନୂଆଦିଲ୍ଲୀ ୨୨।୦୬: ରଥଯାତ୍ରା ନେଇ ଲାଗି ରହିଥିବା ଦ୍ବନ୍ଦ ଆଜି ଦୂର ହେବାର ସମ୍ବାବନା ରହିଛି  । ରଥଯାତ୍ରା ନେଇ  ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି । ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ସଂଶୋଧନ ପାଇଁ ୧୭ଟି ପିଟିସନ ଦାୟର ହୋଇଥିଲା ।  ସବୁ ପିଟିସନକୁ ଗ୍ରହଣ କରି କୋର୍ଟ ଶୁଣାଣି ଜାରି ରଖିଛନ୍ତି ।  ଛୁଟି ଥିବା ସତ୍ତ୍ବେ ମୋଡିଫିକେସନ ପିଟିସନକୁ ଗ୍ରହଣ କରି ଶୁଣାଣି ଜାରି ରଖିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ  ସତ୍ୟପାଠ ଦାଖଲ କରାଯାଇଛି ।  ବିନା ଗହଳିରେ ରଥଯାତ୍ରାକୁ ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ସମର୍ଥନ ଜଣାଯାଇଛି । ସେହିପରି ଓଡ଼ିଶା ସରକାର ମଧ୍ୟ ବିନା ଗହଳିରେ ରଥଯାତ୍ରାକୁ ସମର୍ଥନ କରିଛନ୍ତି । ପୂରା ସାବଧାନତାର ସହ ରୀତିନୀତି ଓ ଯାତ୍ରା ପୂରା କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଶତାବ୍ଦୀ ଧରି ଚାଲିଆସୁଥିବା ପରମ୍ପରାରେ ରୋକ ଲଗାଇବା ଠିକ୍ ହେବ ନାହିଁ ବୋଲି କୋର୍ଟରେ କୁହାଯାଇଛି । କେନ୍ଦ୍ର ପକ୍ଷରୁ SG ତୁଷାର ମେହେଟ୍ଟା ଯୁକ୍ତି ରଖି କହିଛନ୍ତି ଯେ, ଶହ ଶହ ବର୍ଷର ପରମ୍ପରାକୁ ବନ୍ଦ କରାଯାଇପାରିବ ନାହିଁ । ଏହା କୋଟି କୋଟି ଲୋକଙ୍କ ଆସ୍ଥାର ବିଷୟ । ଜଗନ୍ନାଥ ଯଦି ଆସନ୍ତାକାଲି ରଥକୁ ନ ଆସିଲେ ତେବେ ୧୨ ବର୍ଷ ଯାଏ ଆସିପାରିବେନି ।

   Related Posts